ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଗା ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ଛତ୍ରପୁର, (ପ୍ରଶାନ୍ତ କୁମାର ମହାରଣା) : ସମାଜସେବୀ , ପରୋପକାରୀ, ଚଳଚ୍ଚିତ୍ର ନିର୍ମାତା ଏବଂ ସୁଖ ଦୁଃଖର ସାଥୀ ହୋଇଥିବା ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକି ଜୁଲାଇ-୨୮ତାରିଖ ହେବାକୁ ଥିବା ବେଳେ ଏହି ଅବସରରେ ସ୍ଥାନୀୟ ରିଡିଂ ରୁମ୍ ପରିସରରେ ସ୍ୱର୍ଗତ ପ୍ରଭାକର ପଟ୍ଟନାୟକ ସ୍କୃତି କମିଟି ପକ୍ଷରୁ ଜୁଲାଇ ୨୭ ତାରିଖ ଦିନ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିବା ନିମନ୍ତେ ଆଜି ସାମ୍ବାଦିକ ସମ୍ମିଳନୀ ରେ ସ୍ୱର୍ଗତ ପଟ୍ଟନାୟକଙ୍କ ଜ୍ୟେଷ୍ଠ ପୁତ୍ର ତଥା ସ୍କୃତି କମିଟିର ସଭାପତି ସୁଧୀର କୁମାର ପଟ୍ଟନାୟକ ଏବଂ ପୁତ୍ରବଧୂ ତଥା ସ୍ମୃତି କମିଟିର ଉପସଭାନେତ୍ରୀ ସମାପ୍ତି ପଟ୍ଟନାୟକ ସୂଚନା ଦେଇଛନ୍ତି । ଜୀବିତ ଥିବା ଅବସ୍ଥା ସ୍ୱର୍ଗତ ପଟ୍ଟନାୟକ ବହୁ ଜନ ମଙ୍ଗଳ କାର୍ଯ୍ୟ ଏବଂ ନିଜ ଜନ୍ମ ଦିନରେ ରୋଗୀ ମାନଙ୍କ ସୁବିଧା ନିମନ୍ତେ ମେଗା ରକ୍ତଦାନ ଶିବିର ଆୟୋଜନ କରିଆସୁଥିଲେ । ତେଣୁ ତାଙ୍କ ଉତ୍ତର ପିଢି ଏହି କାର୍ଯ୍ୟକ୍ରମ ହାତକୁ ଆଦରି ନେଇଛନ୍ତି । ସେଥି ସକାଶେ ସ୍ୱର୍ଗତ ପଟ୍ଟନାୟକ ପ୍ରଥମ ଶ୍ରାଦ୍ଧ ବାର୍ଷିକି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସ୍କୃତି କମିଟି ପକ୍ଷରୁ କୁହାଯାଇଛି । ଏହାସହ ଜୁଲାଇ ୨୮ତାରିଖ ଦିନ ଶ୍ରାଦ୍ଧ ବାର୍ଷିକି ଅବସରରେ ସ୍ଥାନୀୟ ବିଶ୍ୱେଶ୍ୱର ମନ୍ଦିର ପ୍ରାଙ୍ଗଣ ଏକ ସ୍ମୃତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସ୍ମୃତି କମିଟି ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଏବଂ ସଂପାଦକ ତଥା ପୂର୍ବତନ କାଉନସିଲର ବି.ରାଜୁବାବୁ ଯୋଗଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଗୁଣଗାନ କରିବା ସହ ମେଗା ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେବା ନିମନ୍ତେ କହିଥିଲେ । କ୍ୟୁୟର୍ସର ସଂପାଦକ ତଥା ସ୍ମୃତି କମିଟିର ସାଂଗଠନିକ ସଂପାଦକ ଅରୁଣ କୁମାର ଶତପଥୀ ସଂଯୋଜନା କରିଥିବା ବେଳେ ଶେଷରେ ଉପସଭାନେତ୍ରୀ ସମାପ୍ତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ