ସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କଶ୍ରାଦ୍ଧବାର୍ଷିକୀରେସ୍ମୃତିସଭା
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ସମାଜସେବୀ, ପରୋପକାରୀ, ସୁଖ ଦୁଃଖର ସାଥୀ ନାଟ୍ୟକାର, ଚଳଚିତ୍ର ନିର୍ଦ୍ଦେଶକ ତଥା ପୂର୍ବତନ ସିନିୟର ହକି ଦଳରମ୍ୟାନେଜରସ୍ୱର୍ଗତ ପ୍ରଭାକର ପଟ୍ଟନାୟକଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀ ଉପଲକ୍ଷେ ଆଜି ସ୍ଥାନୀୟ ପୁତି ଗୋପାଳପୁରସ୍ଥିତ ବିଶେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ମୃତିସଭା ଅନୁଷ୍ଠିତହୋଇଥିଲା । ଏଥିରେ ସ୍ମୃତିକମିଟିର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ନଗରପାଳ ରାମ ଚନ୍ଦ୍ର ବେହେରା, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ଶତପଥୀ, ପୂର୍ବତନ କାଉନସିଲରବି.ରାଜିବାବୁ, ଟି. ଚନ୍ଦ୍ରଶେଖରରାଓ, ଅହିଭୂଷଣସାହୁ, ବିଜେଡ଼ି ଜିଲ୍ଲା ସମ୍ପାଦକ ମନୋଜ କୁମାର ପାଢୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ନାଥ ପଣ୍ଡା, ଶିକ୍ଷା ବି ତ୍କୃପାସିନ୍ଧୁ ପଣ୍ଡା, ଚିନ୍ମୟକୁମାର ଦାଶ, ଆଇନ ଜୀବୀ ବି. ଶ୍ରୀନିବାସ ରାଓ, ଗଂଜାମ ଜିଲ୍ଲା ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣା ଙ୍କ ସମେତ ଛତ୍ରପୁର ଆଖପାଖ ଅଞ୍ଚଳର ଯୁବକ, ଛାତ୍ର, ସମାଜସେବୀ, ବୁଦ୍ଧିଜୀବୀ, ଆଇନଜିବୀ ଏବଂ ପ୍ରଭାକର ପଟ୍ଟନାୟକଙ୍କୁ ଭଲ ପାଉଥିବାସ ମର୍ଥକମାନେ ଯୋଗ ଦେଇ ସ୍ୱର୍ଗତ ପଟ୍ଟନାୟକଙ୍କ ଗୁଣଗାନ କରିବା ସହ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରିଥିଲେ ।ସମସ୍ତ କାର୍ଯ୍ୟକ୍ରମ କୁ ସ୍ୱର୍ଗତ ପଟ୍ଟନାୟକଙ୍କ ପୁଅ ସୁଧୀର କୁମାର ପଟ୍ଟନାୟକ ଓ ବୋହୂ ସମାପ୍ତି ପଟ୍ଟନାୟକ ପରିଚାଳନା କରିଥିଲେ ।ଏହି ଅବସରରେ ୁ କୃଷ୍ଣ ସଂଗୀତଲହରୀ ର ଦୃଷ୍ଟିହୀନ ଯୁବକ ଯୁବତୀମାନଙ୍କ ପକ୍ଷରୁ ଭଜନ ପରିବେଷଣକରାଯାଇଥିଲା ।