ସ୍ୱର୍ଗତ ଲକ୍ଷ୍ମୀ ଦତ୍ତ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ପାଳିତ: ଭୁଲିଗଲେ ବରିଷ୍ଠ, ମନେ ପକାଇଲେ କନିଷ୍ଠ

ଛତ୍ରପୁର, (ଦେବଦତ୍ତ ମହାରଣା) ବିଜେଡିର ବହୁ ଚର୍ଚ୍ଚିତ ନେତା ତଥା ପୂର୍ବତନ ବିଜେଡି କାଉନସିଲର ସ୍ୱର୍ଗତ ଲକ୍ଷ୍ମୀ ଦତ୍ତ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଦିବସ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଗୁରୁବାର ପାଳିତ ହୋଇଯାଇଛି। ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ସଭାପତି ତଥା ପୂର୍ବତନ ଛାତ୍ର ବିଜେଡ଼ି ବ୍ଲକ ସଭାପତି ଅଜିତ ସ୍ୱାଇଁ ଓ ଛାତ୍ର ସଂସଦ ପୂର୍ବତନ ସାଧାରଣ ସଂପାଦକ ବେଣୁଧର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗତ ପ୍ରଧାନଙ୍କ ନିଜସ୍ଵ ବାସଭବନରେ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ କରାଯାଇଥିଲା। ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଭୂମିକା ଅତୁଳନୀୟ, ତାଙ୍କରି ଅବର୍ତମାନ ଦଳ ପାଇଁ ଅନେକ ଅପୂରଣୀୟ କ୍ଷତି ପହଞ୍ଚାଇଛି ବୋଲି ପୂର୍ବତନ ସଭାପତି ଶ୍ରୀ ସ୍ୱାଇଁ କହିଛନ୍ତି। ସ୍ୱର୍ଗତ ପ୍ରଧାନ ସାରା ଗଞ୍ଜାମ ଜିଲ୍ଲାରେ ନିଜର ଦବଦବା ଜାହିର କରି ଗଞ୍ଜାମ ଜିଲ୍ଲାର ଅଧିକାଂଶ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଦଳୀୟ ସମର୍ଥୀତ ପ୍ରାର୍ଥୀଙ୍କୁ ବିଜୟ କରି ଆଣିବା ସହ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପ୍ରତି ବର୍ଷ ଛାତ୍ର ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ କରି ନିଜ ଅକ୍ତିଆରରେ ରଖୁଥିଲେ ବୋଲି ପୂର୍ବତନ ସମ୍ପାଦକ ବେଣୁଧର ବେହେରା କହିଥିଲେ। ଏହି ଅବସରରେ ପରେ ୧୦ ଘଣ୍ଟିକା ସମୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ ସହ ପ୍ରସୂତି ମହିଳାମାନଙ୍କୁ ବେବି କିଟ୍ ପ୍ରଦାନ କରାଯାଇଥିଲା। ସୂଚନା ଥାଉ କି ସ୍ୱର୍ଗତ ଲକ୍ଷ୍ମୀ ଦତ୍ତ ପ୍ରଧାନଙ୍କୁ ୨୦୧୭ ମସିହାର ସେପ୍ଟେମ୍ବର ୧୬ ତାରିଖରେ ସ୍ପଷ୍ଟ ଦିବାଲୋକରେ ନିଜସ୍ଵ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍ୱର୍ଗତ ପ୍ରଧାନଙ୍କ ମା ପ୍ରମିଳା ପ୍ରଧାନ, ବଡ଼ ଭାଇ ସୁଦିପ୍ତ କୁମାର ପ୍ରଧାନ ଓ ସଞ୍ଜିବ କୁମାର ପ୍ରଧାନ, ୧୯ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ଛାତ୍ର ବିଜେଡ଼ି ଜିଲ୍ଲା ଉପ ସଭାପତି ଲିଙ୍ଗରାଜ ମହାପାତ୍ର, ପୂର୍ବତନ ସାଧାରଣ ସଂପାଦକ ବବୁଲ ନାୟକ, ସୁଧିର କୁମାର ନାହାକ, ଛାତ୍ର ନେତା ସୁକାନ୍ତ ବିଶ୍ୱାଳ, ଛତ୍ରପୁର ନଗର ଛାତ୍ର ସଭାପତି ସନାତନ ବିଶ୍ୱାଳ, ଲିଟୁ ନାହାକ, ପୂର୍ବତନ ଉପ ସଭାପତି କମଲ କୁମାର ବେହେରା, ଜୀବନ ନାୟକ, ଛାତ୍ର ନେତା ଲଲାଟେନ୍ଦୁ ଗୈାଡ, ରବିରାଜ ରେଡ୍ଡୀ, କାହ୍ନୁ ମହାରଣା, ଭାସ୍କର ପାତ୍ର, ସନ୍ତୋଷ ସେଠୀ, ଅନ୍ତର୍ଯ୍ୟାମୀ ପ୍ରଧାନ, ମାଧବ କାୟା, ସୁବ୍ରତ ଶତପଥି, ସନ୍ତୋଷ ଆଚାରୀ, ତପନ ବେହେରା, ପଞ୍ଚୁ ଖୁଣ୍ଟିଆ, ତାପସ ରଞ୍ଜନ ରଥ ସମେତ ବହୁ ଛାମୁଆଁ ଛାତ୍ର ଯୁବ ନେତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ