ସ୍ୱର୍ଗତ ଶରତ ଚନ୍ଦ୍ର ସାହୁଙ୍କ ସ୍ମୃତିଚାରଣ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଜଗଦୀଶପୁର ଗ୍ରାମର ସ୍ୱର୍ଗତ ଶରତ ଚନ୍ଦ୍ର ସାହୁଙ୍କ ଏକାଦଶାହକ୍ରିୟା ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ, ଡଃ.ସୁଧାଂଶୁ ଶେଖର ନାୟକ, ଡଃ.ଶୁଭେନ୍ଦ୍ର କୁମାର ମିଶ୍ର, ଗୟାଧର ଓଝା, ହରିଶ୍ଚନ୍ଦ୍ର ଜେନା, ନାରାୟଣ ଚନ୍ଦ୍ର ଲେଙ୍କା, ଅଜୟ କୁମାର ପୃଷ୍ଟି, ନରେନ୍ଦ୍ର ସାହୁ, ଦାଶରଥି ସେଠୀ, ରବି ନାରାୟଣ ସାହୁ, ନବ କିଶୋର ଲେଙ୍କା, ମାଧବାନନ୍ଦ ଦାସ, ମଧୁସୂଦନ ଶଂଖୁଆ, ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗ ଦେଇ ସ୍ୱର୍ଗତ ସାହୁ ଏକାଧାରରେ ଜଣେ ଗଣିତଜ୍ଞ, ସାହିତ୍ୟିକ ଥିଲେ ବୋଲି କହିଥିଲେ । ବଡପୁଅ ରାଧାନାଥ ସାହୁ ପିତାଙ୍କ ସ୍ମୃତିଚାରଣ କରିବା ସହ ଆଗାମୀ ଶ୍ରାଦ୍ଧ ଦିବସରେ ସ୍ମରଣିକା ପ୍ରକାଶ କରିବାକୁ କହିଥିଲେ । କାର୍ଯ୍ୟକ୍ରମରେ ପୁତ୍ର ଗଙ୍ଗାଧର, ଝିଅ ଉଷା, ଗୀତା, ବୀଣାପାଣି, ନମିତା, ନିରୁପମା ସହଯୋଗ କରିଥିଲେ ।


