ସ୍ୱର୍ଗତ ସଂଜୟ ଦାସ ବାପ୍ଟୁଙ୍କ ବିୟୋଗରେ ସ୍ମୃତି ସଭା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବିଶିଷ୍ଟ ବ୍ୟବସାୟୀ ତଥା ଡି.ଆର.ଡି.ଓ କଣ୍ଟ୍ରାକ୍ଟର ସଂଜୟ ଦାସ ବିୟୋଗରେ ବାରବାଟୀସ୍ଥିତ ବାଘାଯତୀନ୍ କ୍ଲବ୍ଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଆତ୍ମାର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଦାସଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ସ୍ୱର୍ଗତ ଦାସଙ୍କ ବହୁମୁଖୀ ପ୍ରତିଭା ଏବଂ ତାଙ୍କ ସ୍ମୃତିରେ କ୍ଲବର ସଦସ୍ୟମାନେ ପୁରୁଣା ସ୍ମୃତିକୁ ଦୋହରାଇଥିଲେ । ସେ ଜଣେ ମିଷ୍ଟଭାଷୀ ଓ ମେଳାପି ବ୍ୟକ୍ତି ଥିଲେ । ସେ ଏକାଧିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ସ୍ୱର୍ଗତ ଦାସ ୧୯୬୮ ମସିହାରେ ବାରବାଟୀସ୍ଥିତ ଅନୀଲ ଦାସଙ୍କ ପୁତ୍ର । ସେ ଗତ ଦୁଇ ମାସ ଧରି କ୍ୟାନସରରେ ପୀଡିତ ଥିଲେ ଏବଂ ଏମ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁର ଖବର ପାଇ ବାରବାଟୀରେ ଶୋକର ଛାୟା ଖେଳିଯାଇଥିଲା । ଏହି ସଭା ବିକ୍ରମଜୀତ୍ଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା ବେଳେ ଏଥିରେ ଶୁଭ୍ରାଂସୁ ବାନାର୍ଜୀ, ବିଶ୍ୱବିଜୟୀ ବେହେରା, ଅମୀତ କର, ସୁରଂଜନ ଲାହା, ମୋନଜ ରାୟ, ପ୍ରଲୟ କର, ଅନିମେସ୍ ଦେ, ନିଲାଂଜନ କର, ଭ୍ରମର ବଢାଲ, ଅସୀତ୍ କର, ରାଜେଶ କର, ଚନ୍ଦ୍ରଶେଖର ଜେନା, ଗିରିଜା କର, ସନ୍ତୋଷ ଦେ, କୁରଂଜନ କର, ଅଭିଷେକ ପଣ୍ଡା, ଗୋପି ଦେ, ଚନ୍ଦନ କର ପ୍ରମୁଖ ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ କରିଥିଲେ ।