ସ୍ୱର୍ଗତ ସୃହିତ କୁମାର ଖୁଣ୍ଟିଆଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଫୁଲଗଢିଆ ଗ୍ରାମ ତଥା କଟକ ନିବାସୀ ଚଳଚିତ୍ର ପ୍ରଯୋଜକ ସୁରେନ୍ଦ୍ର ଖୁଣ୍ଟିଆ ଓ କଟକ ବଡ ଡାକ୍ତରଖାନାର ପ୍ରାକ୍ତନ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ସରସ୍ୱତୀ ଖୁଣ୍ଟିଆଙ୍କ କନିଷ୍ଠ ପୁତ୍ର ସ୍ୱର୍ଗତ ସୃହିତ କୁମାର ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସୁରେନ୍ଦ୍ରଙ୍କ ଜ୍ୟୋଷ୍ଠଭ୍ରାତା ସ୍ୱର୍ଗତ ପ୍ରଦ୍ୟୁମ୍ନ ଖୁଣ୍ଟିଆଙ୍କ ଫୁଲଗଢିଆସ୍ଥିତ ବାସଭବରେ ଅନୁଷ୍ଠିତ ହୋଇଯାଇଛି । ଆୟାଜିତ ସ୍ମୃତିଚାରଣ ସଭାରେ ପ୍ରାକ୍ତନ ଶିକ୍ଷକ ଜଗନ୍ନାଥ ପାତ୍ର, ବିରେନ୍ଦ୍ର ଖୁଣ୍ଟିଆ, ଡ.ଅଞ୍ଜଳୀ ଖୁଣ୍ଟିଆ, ସୁରେନ୍ଦ୍ର ପରିଡା, ଆନନ୍ଦ ପାତ୍ର, ମଦନ ଖୁଣ୍ଟିଆ, ବ୍ରଜମୋହନ ଖୁଣ୍ଟିଆ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେ ଜଣେ ଜଣାଶୁଣା ଯୁବ ଠିକାଦାର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଏଥିସହ ସେ ଜଣେ ନିର୍ଭୀକ, ଦୁଃସାହସୀ, ବନ୍ଧୁବତ୍ସଳ, ଅମାୟିକ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗ ପରିବାର ପାଇଁ ଅପୁରଣୀୟ ଶୂନ୍ୟସ୍ଥାନ ବୋଲି ବକ୍ତା ମାନେ କହିଥିଲେ । ଏଥିରେ ପରିବାର, ଆତ୍ମିୟସ୍ୱଜନଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ସେ କଟକ ମୁନସିପାଲିଟିର ପୂର୍ବତନ ଚେୟାରମ୍ୟାନ୍ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋଙ୍କର ଭଣଜା ଅଟନ୍ତି । ତାଙ୍କର ଅବର୍ତ୍ତମାନକୁ ପତ୍ନୀ, ୨ ଝିଅ, ପିତାମାତା, ଜ୍ୟୋଷ୍ଠଭ୍ରାତା, ଭାଉଜ, ପୁତୁରା, ଝିଆରୀ ସହଜରେ ଗ୍ରହଣ କରି ନପାରି ଦୁଃଖରେ ଭାଙ୍ଗି ପଡିଛନ୍ତି ।


