ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟରେ ଏଡସ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟ ରେଡ଼ରିବନ କ୍ଲବ ଓ ଏନଏସଏ ବିଭାଗର ମିଳିତ ସହଯୋଗରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଗିରୀଶ ଶଙ୍କର ମଲିକ ପୌରୋହିତ୍ୟରେ ତଥା ୟୁଥ ରେଡ଼କ୍ରସ କାଉନସିଲର ଡ. ନବନୀତା ଦାସ ଏବଂ ଏନଏସଏସ ପ୍ରୋଗ୍ରାମ ଅଫିସର ଡ. ମଧୁଛନ୍ଦା ନାୟକ, ତନୁଶ୍ରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା ସହ କଲେଜକୁ ଫେରିବା ପରେ ଏଡସ ନିରାକରଣ ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଫକୀର ମୋହନ ମେଡିକାଲ କଲେଜର ଓ ଡାକ୍ତରଖାନାର ସର୍ଜରୀ ବିଶେଷଜ୍ଞ ଡାକ୍ତର ମନୋଜ କୁମାର ବାରିକ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏଡସ ରୋଗର ଭୟାବହତା ଓ ନିରାକରଣ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।


