ସ୍ୱର୍ଣ୍ଣିମ ବିଜୟ ବର୍ଷରେ ‘ଆଇଟିଆର’ର ସାଇକେଲ ଶୋଭାଯାତ୍ରା
ବାଲେଶ୍ୱର, (ସରୋଜ ପଣ୍ଡା) : ଭାରତ-ପାକିସ୍ତାନ ଯୁଦ୍ଧର ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ଅବସରରେ ଚାନ୍ଦିପୁର ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର) ଓ ପ୍ରାମାଣିକ ପ୍ରୟୋଗାତ୍ମକ ପ୍ରତିଷ୍ଠାନ (ପିଏକ୍ସଇ)ର ମିଳିତ ସହଯୋଗରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଆଇଟିଆର୍ ନିର୍ଦ୍ଦେଶକ ଡକ୍ଟର ହରେକୃଷ୍ଣ ରଥ, ପିଏକ୍ସଇ ନିର୍ଦ୍ଦେଶକ ଡିକେ ଯୋଶୀ ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପିଏକ୍ସଇ ମୁଖ୍ୟ ଫାଟକ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ୧୪ କିଲୋମିଟର ଅତିକ୍ରମ କରିବା ପରେ ବାଲେଶ୍ୱର ସହର ପରିକ୍ରମା ସହ ପ୍ରତିରକ୍ଷା ବିଭାଗର ରେଞ୍ଜ ଅଫିସର୍ସ ମେସ (ରୋମି) ଠାରେ ପହଞ୍ଚିଥିଲା । ସେଠାରେ ଆଇଟିଆର ପକ୍ଷରୁ ସାଇକେଲଯାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପିଏକ୍ସଇ ଓ ଆଇଟିଆର କର୍ମଚାରୀମାନେ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।