ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସ୍କରଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା) :-ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଦିବଂଗତ ଶାସ୍ତ୍ରୀୟ ସଙ୍ଗୀତଗୁରୁ ଡ. ଦାମୋଦର ହୋତା ଓ ଭାରତର ପ୍ରଖ୍ୟାତ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସ୍କରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଗୀତକାର ଅମୃତାଂଶୁ ପଟ୍ଟନାୟକ, ଫକୀର ମୋହନ ସାହିତ୍ୟ ପରିଷଦର ଉପ-ସଭାପତି ପ୍ରଦୀପ ଚାଟାର୍ଜୀ ଓ କୋଷାଧ୍ୟକ୍ଷ ତପନ ରାୟ ପ୍ରମୁଖ ଏଥିରେ ବରେଣ୍ୟ ବକ୍ତା ଭାବେ ଯୋଗଦେଇ ସଙ୍ଗୀତ କ୍ଷେତ୍ରରେ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଉଭୟ ସଙ୍ଗୀତଜ୍ଞଙ୍କ ସ୍ୱର କେବଳ ଭାରତ ନୁହେଁ ଦେଶ ବିଦେଶରେ ବି ବେଶ ଲୋକପ୍ରିୟତା ଲାଭ କରିଥିଲା । ଦୁଇ ବ୍ୟକ୍ତିତ୍ୱଙ୍କ ଅବର୍ତ୍ତମାନ ସମଗ୍ର ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଅନୁଷ୍ଠାନର ସଭାପତି ଡ. ଜୟନ୍ତ ଦାସ ଏଥିରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଦୀପକ ବୋଷ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟସାଧନ ଦାସପଟ୍ଟନାୟକ ଏଥିରେ ମଞ୍ଚାସୀନ ହୋଇ ଦୁଇ ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଉଭୟ ବ୍ୟକ୍ତିତ୍ୱଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସତ୍ୟରଂଜନ ମହାନ୍ତି, ପୁରୁଷୋତ୍ତମ ବେହେରା, ବଂଶୀଧର ରଣା, ଅଚ୍ୟୁତ ନନ୍ଦଗୋଚ୍ଛାୟତ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ