ସ୍ୱଳ୍ପ ବୃଷ୍ଟିପାତକୁ ନେଇ ଚିନ୍ତାରେ ଚାଷୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ଚଳିତ ବର୍ଷ ଅଗଷ୍ଟ ମାସ ଆରମ୍ଭ ହୋଇଗଲାଣି ହେଲେ ବର୍ଷାର ଦେଖା ମିଳୁନାହିଁ । ବର୍ଷା ଅଭାବ ଯୋଗୁଁ ଚାଷ ଜମିଗୁଡିକ ମାଟି ଫାଟି ଆଁ କଲାଣି।ଫଳରେ ଏ ଅଞ୍ଚଳର ଚାଷୀମାନେ ଚିନ୍ତାରେ ପଡିଗଲେଣି। ଦିନବେଳେ ମୁଣ୍ଡ ଫଟା ଖରା ହେଉଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବହୁତ କମ୍ କେତେକ ଉଠାଜଳ ସେଚନ ପଏଣ୍ଟ ଏରିଆରେ ପାଣିର ବ୍ୟବସ୍ଥା ରହିଥିଲେ ହେଁ କେତେକ ଅଞ୍ଚଳରୁ ପଏଣ୍ଟରୁ ପାଣି ପହଂଚି ପାରୁନାହିଁ । ଅଞ୍ଚଳର ଲୋକେ ଗତବର୍ଷ ବୀମା କରିଥିଲେ ଏବଂ ଚାଷୀଭାଇମାନେ ବୀମା ପଇସା ବହୁତ ଥର ଅଭିଯୋଗ କରିଥିଲେ ବି କେହି ଏହି କଥା ଶୁଣି ନାହାନ୍ତି । ସପ୍ତାହ ଧରି ବର୍ଷା ହୋଇନଥିବାରୁ ଧାନରୋଇ ସାରିଥିବା ଧାନଗଛ ଏବେ ମାଟିଫାଟି ଲାଲ ରଙ୍ଗ ପଡିଗଲାଣି । ଯଦି ଏଭଳି ଖରାର ପ୍ରକୋପ ବଢିବ ତେବେ ଧାନ ଚାଷ ଗୁଡିକ ଉଜୁଡି ଯିବାର ଆଶଙ୍କା ଦେଖାଦେଇଛି । ବିଶେଷକରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, କ.ନୂଆଗାଁ, ଦାରିଙ୍ଗବାଡି, ଟିକାବାଲି, ଚକାପାଦ ଭଳି ଅନେକ ମୌଜା ଗୁଡିକରେ ସ୍ୱଳ୍ପ ବର୍ଷା ଯୋଗୁଁ ପରିସ୍ଥିତି ଉଦ୍ ବେଗ ଜନକ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି ।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଚାଷୀ ମହଲରୁ ପ୍ରବଳ ଦାବୀ ହେଉଛି l


