‘ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ’ ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :ବଲେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଓ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏହି ଶିବିରକୁ ମିଳିତ ଭାବେ ଉଦଘାଟନ କରିଥିଲେ । ଜିଲାରେ ରକ୍ତର ଅଭାବ ପୂରଣରେ ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନର ଏହିଭଳି ଶିବିର ଆୟୋଜନ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଜିଲା ସଂଯୋଜକ ସାହିରୁଲ ହକ୍ ଓ ଜିଲା ରକ୍ତଭଣ୍ଡାର ଅଧିକାରୀ ବସନ୍ତ କୁମାର ଉପାଧ୍ୟାୟ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ଏସଆରବି ସ୍ୱସ୍ତିକ ପୋଭର୍ଟି ଫାଉଣ୍ଡେସନର ସଭାନେତ୍ରୀ ସଂଯୁକ୍ତାରାଣୀ ବେହରା ଏଥିରେ ପୌରହିତ୍ୱ କରିଥିଲେ । ସଂଗଠନର ବହୁ ସଦସ୍ୟ ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।