ସ୍ୱାଗତିକାର ୪୪ତମ ଜାତୀୟ ଶିଶୁ ମହୋତ୍ସବ-୨୦୨୪

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ୱାଗତିକା, ଭୁବନେଶ୍ୱର ତରଫରୁ ୪୪ତମ ଜାତୀୟ ଶିଶୁ ମହୋତ୍ସବ-୨୦୨୪ (ପୁରସ୍କାର ବିତରଣ) ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ସ୍ଥାନୀୟ ଜୟଦେବ ଭବନଠରେ ଆୟୋଜିତ ହୋଇଯାଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ତଥା ଅନ୍ତଃରାଜ୍ୟସ୍ତରରୁ ବିଭିନ୍ନ ଶ୍ରେଣୀର ୧୦୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ କଳା, ରାହିମ୍ସ, ବକ୍ତୃତା, ପ୍ୟାସନ ସୋ, ଏକକ ନୃତ୍ୟ, ସଙ୍ଗୀତ ଓ ୱିମେନ୍ସ ସ୍ପେଶାଲରେ ଅଂଶଗ୍ରଣ କରିଥିଲେ । ଏଥିମଧ୍ୟରୁ ୧୦୨ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଚଳଚ୍ଚିିତ୍ର ଅଭିନେତ୍ରୀ ସୁଶ୍ରୀ ସାଇନି ମହାନ୍ତିଙ୍କୁ ଜାତୀୟ ଶିଶୁ ମହୋତ୍ସବ-୨୦୨୫ ପ୍ରସାର ନିମନ୍ତେ ବ୍ରାଣ୍ଡ ଆମ୍ବାସାଡ଼ର ଭାବେ ସର୍ବସମ୍ମତି ଭାବେ ନିଯୁକ୍ତ କରାଗଲା ।ଉକ୍ତ ଉତ୍ସବରେ ପ୍ରଶଂସିତ ପ୍ରତିଭାମାନଙ୍କୁ ସମ୍ମାନିତ କରାଗଲା ଯଥା (୧) ଶ୍ରୀମତୀ କାଦମ୍ବରୀ କର ଶର୍ମା ବେଷ୍ଟ ଆଚିଭର ସମ୍ମାନ-୨୦୨୪, (୨) ଶ୍ରୀମତୀ ମିନାକ୍ଷୀ ମିଶ୍ର, ବେଷ୍ଟ ଆଚିଭର ସମ୍ମାନ-୨୦୨୪, (୩) ଶ୍ରୀମତୀ ପ୍ରଭାସିନୀ ଦାସ, ବିଶିଷ୍ଟ ଗାୟିକା, (୪) ଶ୍ରୀ ରଞ୍ଜନ କୁମାର ପାତ୍ର, ଯୋଗ ଏବଂ ସାମାଜିକ କର୍ମୀ, (୫) ଶ୍ରୀ ମୋତିଆଲୁ ଦାଳଇ, ଫ୍ୟାଶନ ଡିଜାଇନର ସମ୍ମାନ, (୬) ଶ୍ରୀ ରିତୁରାଜ ଦାସ, ଅଭିନେତା, ରିୟଲିଟି ସୋ ଟିକେ ନୃତ୍ୟ ଓ ଟିକେ ଅଭିନୟ ବିଜେତା, (୭) ଶ୍ରୀ ପ୍ରିୟାଂଶୁ କୁମାର ମହାନ୍ତି, ଯୋଗ ଏବଂ ସଂସ୍କୃତି କ୍ଷେତ୍ର, (୮) ଶ୍ରୀ ରୀତେଶ କୁମାର ଦାସ, ଅଭିନେତା ଓ ୟୁଟୁବ ଆଚିଭର ଦି ଇଅର ।ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ଅସିତ କୁମାର ମହାନ୍ତି, ଉପସଭାପତି ଶ୍ରୀଯୁକ୍ତ ମାନସ କୁମାର କାନୁନଗୋ, ସାଂସ୍କୃତିକ ସମ୍ପାଦକ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାନ୍ତି, ସଂଗଠକ ଶ୍ରୀଯୁକ୍ତ ଅଶୋକ କୁମାର ରାୟ, ଶ୍ରୀଯୁକ୍ତ ଲିଙ୍ଗରାଜ ମହାନ୍ତି, ଶ୍ରୀଯୁକ୍ତ ମୋତିଆଲୁ ଦଳାଇ, ଶ୍ରୀଯୁକ୍ତ ଗୋପାଳ ଦଳାଇ, ସୁଶ୍ରୀ ଲେଖା ମହାନ୍ତି ଓ ସୁଶ୍ରୀ ଶିବାନୀ ମହାନ୍ତି ପ୍ରମୁଖ କର୍ମକର୍ତ୍ତାଙ୍କ ମାଧ୍ୟମରେ ପୁରଷ୍କାର ବିତରଣ ଉତ୍ସବ ପରିଚାଳିତ ହୋଇଥିଲା ।ଏଥିନିମନ୍ତେ ଖବରକାଗଜର ସମସ୍ତ ବନ୍ଧୁମାନଙ୍କୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ଅସିତ କୁମାର ମହାନ୍ତି ବିନମ୍ର ଭାବେ ଅନୁରୋଧ କରୁଅଛନ୍ତି କି, ଦୟାକରି ଏହାକୁ ଖବର କାଗଜରେ ପ୍ରକାଶ କଲେ ଅନୁଷ୍ଠାନ ତରଫରୁ ବିଶେଷ ଉପକୃତ ହେବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ