ସ୍ୱାଧୀନତା ଦିବସରେ ଅଲିମ୍ପିକ୍ ଟିମକୁ ନିମନ୍ତ୍ରଣ ପଠାଇବେ ମୋଦୀ

ନୂଆଦିଲ୍ଲୀ: ଏଥର ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଭାରତୀୟ ଅଲିମ୍ପିକ୍ ଦଳକୁ ଲାଲ୍‌ କିଲ୍ଲାକୁ ନିମନ୍ତ୍ରଣ କରିବେ। ନିମନ୍ତ୍ରଣ ସହିତ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ସମସ୍ତ ଲୋକଙ୍କୁ ଭେଟିବେ। ଲାଲ୍‌ କିଲ୍ଲାରେ ଏହି କାର୍ଯ୍ୟକ୍ରମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଭାରତୀୟ ଅଂଶଗ୍ରହଣକାରୀଙ୍କୁ ତାଙ୍କ ବାସଭବନକୁ ନିମନ୍ତ୍ରଣ କରିବେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ।ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ୍ସ ୨୦୨୦ ଆୟୋଜିତ ହେଉଛି। ଯେଉଁଥିରେ ଭାରତରୁ ମୋଟ ୨୨୮ ଖେଳାଳି ଏବଂ ପରିଚାଳନା ଦଳ ପଠାଯାଇଛି। ଏଥିରେ ୧୨୦ ଜଣ ଖେଳାଳି ଥିବାବେଳେ ବାକିମାନେ କୋଚ୍ ଏବଂ ଅନ୍ୟ ସଦସ୍ୟ ଅଟନ୍ତି। ଖେଳଗୁଡିକରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ପାଇଛି। ତେବେ ପୁରୁଷ ହକି ଦଳ ସେମିଫାଇନାଲ୍‌ ହାରି ଆଉ ଏକ ପଦକ ହାତଛଡା କରିଥିବା ବେଳେ ମହିଳା ହକି ଦଳରୁ ପଦକ ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ