ସ୍ୱାଧୀନତା ଦିବସରେ ପପୁଲାର ନର୍ସିଂହୋମ ପକ୍ଷରୁ ରୋଗୀଙ୍କୁ ଫଳ ବିସ୍କୁଟ ବଣ୍ଟନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ପପୁଲାର ନର୍ସିଂହୋମ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ କୋଭିଡ ନିୟମ ଅନୁପାଳନ ପୂର୍ବକ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଫକିରୁଦ୍ଦିନ ଅହେମଦ ଜାତୀୟ ପତାକା ଉତ୍ତୋଳନ କରିବା ପରେ କର୍ମଚାରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଏହି ଅବସରରେ ନର୍ସିଂହୋମ ପକ୍ଷରୁ ରୋଗୀମାନଙ୍କୁ ଏବଂ ନିକଟସ୍ଥ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେକ ମଞ୍ଜୁର ହୁସେନ(ବାବୁଲା), ଏହେସାନ ଉଲ କାଦିର(ଟିଆଭାଇ)ସେକ ସାହିଦ ହୁସେନ ପ୍ରମୁଖ ଯୋଗଦେଇ ନର୍ସିଂହୋମର ରୋଗୀମାନଙ୍କୁ ଏବଂ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ