ସ୍ୱାଧୀନତା ଦିବସ ଅବସରରେ ଓଡିଶାର ୩୬ ଜଣ ପୋଲିସ ଅଧିକାରୀଙ୍କୁ ପଦକ

(ଯୁଗାବ୍ଦ ନ୍ୟୁଜ୍)-ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୩୬ ଜଣ ପୋଲିସ ଅଧିକାରୀଙ୍କୁ ପଦକ ପ୍ରଦାନ କରାଯିବ । ସେଥିମଧ୍ୟରୁ ଶୌର୍ଯ୍ୟତା କ୍ଷେତ୍ରରେ ୨୩ ଜଣଙ୍କୁ, ବିଶେଷ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଏବଂ ୧୧ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ । ଶୌର୍ଯ୍ୟତା ପାଇଁ ପୋଲିସ ପଦକ ପାଉଥିବା ରାଜ୍ୟର ଅଧିକାରୀମାନେ ହେଲେ ପ୍ରକାଶ କୁମାର କରଣ, ସୁଶୀଲ ଦାଶ, ଆକାଶ ମହାପାତ୍ର, ଚନ୍ଦ୍ରମଣି ଭୋଇ, ଶାମ ଧଙ୍ଗଡ଼ ମାଝୀ, କେ.ଶିବ ସୁବ୍ରମଣି, ଦିଲ୍ଲୀପ କୁମାର ଦନ୍ତା, ଜ୍ୟୋତିରଞ୍ଜନ ପତି, ସଚିଦାନନ୍ଦ ବରିହା, ଆଶିଷ କୁମାର ସରକାର, ପ୍ରଶାନ୍ତ କୁମାର ବାରିକ, ଭୁବନ ସେଲମା, ସତ୍ୟରଞ୍ଜନ କଠାର, ପ୍ରମୋଦ ବାର୍ଲା, ମିଥୁନ ପ୍ରଧାନ, ଜଗମୋହନ ମୀନା, ସନ୍ତୋଷ ଜୁଆନ, ଶିବଶଙ୍କର ନାୟକ, ପବିତ୍ର ମୋହନ ନାୟକ, ଚୈତନ୍ୟ କିର୍ଷାନୀ, ଘେନୁ ହନ୍ତାଳ, ସୁଧାଂଶୁ ଭୂପତି ଓ ରୁକଧର ନେଗି । ସେହିପରି ବିଶେଷ ସେବା ପାଇଁ ପ୍ରମୋଦ କୁମାର ରଥ ଏବଂ ଶିବନାରାୟଣ ରଥଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ପ୍ରଶଂସନୀୟ ସେବା ପାଇଁ ସମ୍ମାନିତ ହେବାକୁ ଥିବା ପୋଲିସ ଅଧିକାରୀମାନେ ହେଲେ ସୁଜିତ କୁମାର ଦଳେଇ, ମାନସ ରଂଜନ ଗଡନାୟକ, ଇତି ଦାସ, ରଜନୀ କାନ୍ତ, ଭରତ ଚରଣ ସାହୁ, ସ୍ମିତା ରାଣୀ ମହାନ୍ତି, ନିରଞ୍ଜନ ତ୍ରିପାଠୀ, ସନ୍ତୋଷ କୁମାର ବାହିନିପତି, ସନାତନ ସାହୁ, ପ୍ରଶାନ୍ତ କୁମାର ସାହୁ ଓ ଦୁର୍ଗା ପ୍ରସାଦ ହୋତା । ସମଗ୍ର ଦେଶରୁ ୯୪୬ ଜଣ ପୋଲିସ ଅଧିକାରୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ପଦକ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ