ସ୍ୱାଧୀନତା ଦିବସ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ

କୋଣାର୍କ, (ଗଣେଶ ବେହେରା): କୋଣାର୍କ ଅଂଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମା ତାରିଣୀ ଯୁବକସଂଘ ଓ କୋଣାର୍କ କିନ୍ନରସଂଗଠନ ମିଳିତ ଆନୁକୁଲ୍ୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ମା ତାରିଣୀ ଯୁବକ ସଂଘର ୭୫ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ରଣଜିତ ରାଉତରାୟ, କୋଣାର୍କ କିନ୍ନର ସଂଘ ସଭାପତି ଦୀପସା କିନ୍ନର,ପାୟଲ କିନ୍ନର, ମା ତାରିଣୀ ଯୁବକ ସଂଘର ସଭାପତି ସୁଜିତ ରାଉତରାୟ, ସଂପାଦକ ଗଣେଶ ଚନ୍ଦ୍ର ବେହେରା ଓ ଉପଦେଷ୍ଟା ଗୋବିନ୍ଦ ମହାରଣା ପ୍ରମୁଖ ଯୋଗଦେଇ ଭାରତ ସ୍ୱାଧୀନତାରେ ବରପୁତ୍ର ମାନଙ୍କର ଅମ୍ଲାନ କୀର୍ତର ସ୍ମୃତିଚାରଣ କରିଥିଲେ ।ଏହି ପରିପ୍ରେକ୍ଷୀରେ କୋଣାର୍କ ସ୍ଥିତ ରାଣୀହାଟ ସାହିର ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କୁ କୋଣାର୍କ କିନ୍ନର ସଂଘ ପକ୍ଷରୁ ପାଠ୍ଯ ଉପକରଣ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ମା ତାରିଣୀ ଯୁବକ ସଂଘର କୋଷାଧ୍ୟକ୍ଷ ରାଜେନ୍ଦ୍ର ଦଳାଇ, ଉପସଭାପତି ଦୀପକ ବେହେରା, ସଂଜୟ ବେହେରା,ସଞ୍ଜୟ ପରିଡା, ନରେନ୍ଦ୍ର ରାଉତ,ଶ୍ରୀଧର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ