ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ସ୍ୱାଧୀନତା ସଂଗ୍ରାମୀ, ମହାନ ଗାନ୍ଧୀବାଦୀ ନେତା ପୂର୍ବତନ ସାଂସଦ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ କେନ୍ଦ୍ରାପଡା ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ଆନୁକୁଲ୍ୟରେ ଏକ ଶୋକସଭା ସ୍ମୃତି ପରିଷଦର ଉପଦେଷ୍ଟା ତଥା କମିଟିର ବରିଷ୍ଠ ସଦସ୍ୟ ବିଧାୟକ ଶଶୀଭୂଷଣ ବେହେରାଙ୍କ ଆହ୍ୱାନକ୍ରମେ ଶିକ୍ଷାବିତ ଭଜକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ଭବାନୀ ପଟ୍ଟନାୟକଙ୍କ ଦେଶପ୍ରେମ, କାରାବରଣ, ଗାନ୍ଧୀ ଆଦର୍ଶରେ ଜୀବନବ୍ୟାପି କାର୍ଯ୍ୟ କରିବା, ମହାନ ଦେଶଭକ୍ତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଘନିଷ୍ଠ ବନ୍ଧୁତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସାମାଜିକ ଦ୍ୱରତ୍ୱ ରକ୍ଷା କରାଯାଇ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପ୍ରଫେସର ଅଜୟ ରାଉତ ସ୍ମୃତି ପରିଷଦର ଆବାହକ ରାଜେଶ ପଣ୍ଡା, ଶିବ ପ୍ରସାଦ ବଳ, ଆଲୋକ ସାହୁ, ସ୍ମୃତି ପରିଷଦର ସଂଯୋଜକ ଡଃ. ଗଦାଧର ମଲ୍ଲିକ, ଫକିର ଓଝା, ଦୁର୍ଗାଶିଷ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଦିବଙ୍ଗତ ଆତ୍ମାର ସଦଗତି ନିମନ୍ତେ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ