ସ୍ୱାଧୀନତା ସଂଗ୍ରାମୀ ଅନିଳ ଚନ୍ଦ୍ର ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧୋତ୍ସବ ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ୱାଧୀନତା ସଂଗ୍ରାମୀ ଉପସଭାପତି ଅନିଳ ଚନ୍ଦ୍ର ଜେନାଙ୍କ ପ୍ରଥମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ଟାଉନ ବଳରାମପୁରସ୍ଥିତ ବିପ୍ଳବୀ ଆନନ୍ଦ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଂପାଦକ ରମଣୀ ରଂଜନ ରାଉତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ କହିଲେ ସ୍ୱର୍ଗତ ଅନିଳ ଜେନାଙ୍କ ତ୍ୟାଗପୁତ ଜୀବନକୁ ସ୍ମରଣ କରି ଆମ ଜୀବନ କ୍ଷେତ୍ରରେ ପ୍ରତିଫଳିତ କରିପାରିଲେ ତାଙ୍କ ପ୍ରତି ଏହା ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ଯୋଗଦେଇ ତାଙ୍କ ଅପ୍ରକାଶିତ ଲେଖାକୁ ଏକ ପୁସ୍ତକ ଆକାରରେ ପ୍ରକାଶ କରିପାରିଲେ ତାଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ମକର ଦାସ, ବିମ୍ବାଧର ମୁଦୁଲି, ସ୍ମୃତି କମିଟି ସଭାପତି କରୁଣାକର ଦାସ, ଗବେଷକ ନିରଞ୍ଜନ ମେକାପ, ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ ରାଉଳ, ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ, ଧିରେନ୍ଦ୍ର କୁମାର ଦାସ, ଶ୍ରୀଧର କୁମାର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ବିଜେଡି ନେତା ରଂଜିତ ସାହୁ , କିଶୋର ଚନ୍ଦ୍ର ପ୍ରଧାନ, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ସତ୍ୟପ୍ରିୟ ଦାସ, ଯଯାତି ମହାନ୍ତି, ସମ୍ବିତ ଶ୍ରୀଚନ୍ଦନ, ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ, କ୍ଷୀରୋଦ କୁମାର ସାହୁ, ସେକ ଚନ୍ଦନ, ଆଇନଜୀବୀ ରମାକାନ୍ତ ସ୍ୱାଇଁ, ଶିଶିର କୁମାର ମଲିକ, ଅରୁଣ କୁମାର ଦାସ, ଧିରେନ ସାହୁ, ହିରଣ୍ୟ କୁମାର ପଣ୍ଡା, ପ୍ରଦୀପ କୁମାର ଦାଶ, ନୃସିଂହ ଦାସ, ପୂର୍ବତନ ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ଗୋବର୍ଦ୍ଧନ ରାଉତ, ଗୋକୁଳି ରଂଜନ ଦାସ, ଜଗବନ୍ଧୁ ରାଉତ, ରମେଶ ଚନ୍ଦ୍ର ଜେନା, ଆଲୋକ ସାହୁ , କାଉନିସଲର ଉମାକାନ୍ତ ନାୟକ, ଭୀମସେନ ଭୂୟାଁ, ବିଭୂପ୍ରସାଦ ସିଂହ, ନିରଞ୍ଜନ ବଳ, ଅଫସର ଅଲ୍ଲୀ ବକ୍ସ, ବ୍ରଜ ସୁନ୍ଦର ରାଉତ୍, ଇତିହାସ ଲେଙ୍କା, ଅକ୍ଷୟ ମେକାପ, ଯୁବ ନେତା ରାଜେଶ ଦାସ ପ୍ରମୁଖ ଯୋଗଦାନ କରି ଅନିଲ ଚନ୍ଦ୍ର ଜେନାଙ୍କ ଜୀବନ ସଂଗ୍ରାମ ସଂପର୍କରେ ଆଲୋକପାତ କରିଥିଲେ । ଶେଷରେ ବାଲିଯାତ୍ରା କମିଟି ସଂପାଦକ ତଥା ଅନିଲ ଚନ୍ଦ୍ର ଜେନାଙ୍କ ସୁପୁତ୍ର ସରକାରୀ ଆଇନଜୀବୀ ସଂଜୟ କୁମାର ଜେନା କୃତଜ୍ଞତା ଜ୍ଞାପନ କରିଥିଲେ । ସ୍ୱର୍ଗତ ଜେନା ୧୯୨୪ ମସିହା ଅକ୍ଟୋବର ୧୪ ତାରିଖରେ ଜନ୍ମ ଗ୍ରହଣ କରି ୨୦୨୨ ମସିହା ଜାନୁଆରୀ ୨୪ ତାରିଖରେ ଇହଧାମ ସମ୍ବରଣ କରିଥିଲେ ।