ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ପାଳିତ
ନବରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) ନବରଙ୍ଗପୁର ସ୍ଥିତ ଟାଉନ ହଲ ଠାରେ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ଜଗନ୍ନାଥ ତ୍ରିପାଠୀଙ୍କ ଦ୍ୱାଦଶ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏଠାରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ସହିତ ଜିଲ୍ଲାପାଳ ଉପସ୍ଥିତ ରହି ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ। ସହୀଦ ମାନଙ୍କ ପ୍ରତି ଆମର ସଦାସର୍ବଦା ସଂମ୍ମାନ ଅଛି ବୋଲି କହିବା ସହ ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣୀତ ହେବାକୁ ଉପସ୍ଥିତ ଲୋକଙ୍କୁ ବୁଝାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ସହିଦ ପରିବାରର ଦାୟଦ ମାନେ ଯୋଗଦେଇ ସ୍ବର୍ଗତ ଜଗନ୍ନାଥ ତ୍ରିପାଠୀ ଙ୍କୁ ମନେ ପକାଇଥିଲେ । ଏହି କାର୍ଯ୍ୟକ୍ରମ ରେ ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀ ଙ୍କ ଇଂରେଜ ମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ତଥ୍ୟ କୁ ନେଇ ଏକ ସ୍ବତନ୍ତ୍ର ପୁସ୍ତକ ଉନମଚନ କରାଯାଇଥିଲା । ମୁଖ୍ୟ ଅତିଥି ମାନଙ୍କ ବ୍ୟତୀତ ନବରଙ୍ଗପୁର ବିଧାୟକ ସଦାଶିବ ତ୍ରିପାଠୀ, ମା ଘର ସଭାପତି କାଦମ୍ବିନୀ ତ୍ରିପାଠୀ, ସହିଦ ସ୍ମୃତି କମିଟିର ସଭାପତି ମୁନା ତ୍ରିପାଠୀB ମଞ୍ଜୁଳା ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ଓକିଲ ସଂଘର ସଭାପତି ନରସିଂହ ତ୍ରିପାଠୀ ସମାଜସେବୀ ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


