ସ୍ୱାଧୀନତା ସଂଗ୍ରାମୀ ପରମାନନ୍ଦ ମହାନ୍ତିଙ୍କ ୧୧ତମ ଶ୍ରାଦେ୍ଧାତ୍ସବ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲାର ପ୍ରେସ୍ କ୍ଲବ କୁଆଖିଆ ଆନୁକୁଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପରମାନନ୍ଦ ମହାନ୍ତିଙ୍କର ଏକାଦଶତମ ଶ୍ରାଦେ୍ଧାତ୍ସବ ଆଜି ପାଳିତ ହୋଇଯାଇଛି । ପ୍ରେସ୍ କ୍ଲବ ନିକଟସ୍ଥ ଅଭିମନ୍ୟୁ ସାମନ୍ତ ସିଂହାର ଭବନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବ ଉପସଭାପତି ବିଶ୍ୱନାଥ ପଣ୍ଡା ସଭାପତିତ୍ୱ କରିଥିଲେ । ପୂର୍ବାହ୍ନ ୧୦ଘ.ରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥିଭାବରେ ଉପମୁଖ୍ୟ ସଚେତକ ଓଡିଶା ବିଧାନସଭା ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ସଂଗ୍ରାମୀଙ୍କ ଜୀବନାଦର୍ଶ ଆଜିର ଦୁନିଆରେ ଖୁବ ପ୍ରାସଙ୍ଗିକତା ରଖେ ବୋଲି କହିଥିଲେ । ମୁଖ୍ୟବକ୍ତାଭାବରେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ ଯାଜପୁର ଜିଲ୍ଲା ବିଶେଷ କରି ସ୍ଥାନୀୟ ଅଞ୍ଚଳର ଭିତ୍ତିଭୂମିର ଉନ୍ନତି ପାଇଁ ନେଇଥିବା ପଦକ୍ଷେପ ଏବଂ ତାଙ୍କ ସହିତ ନିଜର ସ୍ମୃତି ବିଷୟରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥିଭାବରେ ରସୁଲପୁର ବ୍ଲକ ଅଧ୍ୟକ୍ଷା ସାରତୀ ଜେନା, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ବିଡିଓ ଉମାକାନ୍ତ ପରିଡା ପ୍ରମୁଖ ଯୋଗଦେଇ ସଂଗ୍ରାମୀଙ୍କର ସ୍ମୃତି ଚାରଣ କରିବା ସହ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କୈଳାସ ଚନ୍ଦ୍ର ନାୟକ, ବୈରାଗୀ ଘଡାଇ, ଗୋପିନାଥ ପତି, ପ୍ରହଲ୍ଲାଦ ପଣ୍ଡା, ସୁଶାନ୍ତ ପଣ୍ଡା, ଗୋଲକ ବିହାରୀ ମଲ୍ଲିକ, ଧୋଇଧର ସାହୁ, ଯୋଗେନ୍ଦ୍ର ପଣ୍ଡା, ବିଜୟ କୁମାର ଦାଶ, ଈଶ୍ୱର ଚନ୍ଦ୍ର ଦ୍ୱିବେଦୀ ପ୍ରମୁଖ ସଂଗ୍ରାମୀଙ୍କର ବହୁ ଅନୁଗାମୀ ନିଜ ବକ୍ତବ୍ୟ ମାଧ୍ୟମରେ ସ୍ମୃତି ଚାରଣ କରିଥିଲେ । ସକାଳ ୯ଟା ବେଳେ ରସୁଲପୁର ବ୍ଲକ ପରିସରରେ ଥିôବା ପରମାନନ୍ଦ ମହାନ୍ତିଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଭୃଗୁନନ୍ଦନ ରଥ, ଅଭୟ ତ୍ରିପାଠୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦପାଠକରିଥିଲେ । ଏହି ଅବସରରେ ହାଇସ୍କୁଲ ସ୍ତରର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ସଂଗ୍ରାମୀଙ୍କ ଜୀବନାଦର୍ଶ ସମ୍ବଳିତ ବକ୍ତୃତା ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଗପାଳ ନୋଡାଲ ହାଇସ୍କୁଲର ଛାତ୍ରୀ ଦୀପିକା ପ୍ରିୟଦର୍ଶିନୀ ସାହୁ-ପ୍ରଥମ, ମଧୁବନ ନୋଡାଲ ଉଚ୍ଚବିଦ୍ୟାଳୟର ଛାତ୍ରୀ ସୌମ୍ୟା ସୋନାଲୀ ରାଉତ-ଦ୍ୱିତୀୟ ଓ ଖଣ୍ଡିତର ନୋଡାଲ ଉଚ୍ଚବିଦ୍ୟାଳୟର ଛାତ୍ରୀ ଦିବ୍ୟକଲ୍ୟାଣୀ ପଣ୍ଡା- ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ପ୍ରେସ୍ କ୍ଲବର ସମ୍ପାଦକ ଅମୁଲ୍ୟ ବରାଳ ବିବରଣୀ ପ୍ରଦାନକରିଥିଲେ । ବରିଷ୍ଠ ସଭ୍ୟ କଳ୍ପତରୁ ପଣ୍ଡା ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ସଭ୍ୟ କୈଳାସ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରେସ୍ କ୍ଲବ ସଭାପତି ନିଗମାନନ୍ଦ ମହାନ୍ତି, କୈଳାସ ରାଉତ, ନିଖିଳ ମହାନ୍ତି, ପ୍ରଶାନ୍ତ ନାୟକ, ମନୋଜ ନାୟକ, ଆଲୋକ ପହି ଓ କାଳନ୍ଦୀ ଚରଣ କଣ୍ଠ, ସାମ୍ବାଦିକ ଚିନ୍ମୟ ନାୟକ, ଶୁୁଭେନ୍ଦୁ କୁମାର ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କବି ନରୋତ୍ତମ ସାହୁ, ମୋହନ ଚରଣ ରାଉତ, ଅପର୍ଣ୍ଣା ମିଶ୍ର, ପ୍ରକାଶ ମହାନ୍ତି ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ କବିତା ପାଠ କରିଥିଲେ । ପୂର୍ବତନ ଶିକ୍ଷକ ହାଡିବନ୍ଧୁ ରଣା, କବି ପାଣ୍ଡବ ଚରଣ ଦାସ, ପୂର୍ବତନ ଶିକ୍ଷକ ରାମଚନ୍ଦ୍ର ମିଶ୍ର, ଶିକ୍ଷକ ବୈଦେନ୍ଦ୍ର ନାଥ ସାହୁ, ଇଂ ବିଶ୍ୱଜିତ ମହାନ୍ତି, ବୁଲୁ ଦାସ, ଗାୟକ ମୋହନ ଚରଣ ମଲ୍ଲିକ, ସାମନ୍ତରାପୁର ସରପଞ୍ଚ ଅଭିମନ୍ୟୁ ମହାଳିକ,ପୂର୍ବତନ ସରପଞ୍ଚ ଅଶ୍ୱିନୀ ଦାସ, ପଲ୍ଲୀକବି ନୀଳମଣି ନାୟକ, ବୃନ୍ଦାବନ ଶତପଥି, ପୂର୍ବତନ ସରପଞ୍ଚ କ୍ଷିରୋଦ କୁମାର ସ୍ୱାଇଁ, ଗୟାଧର ମଲିକ, ବିନୋଦ ବିହାରୀ ରାଉତ, କୁଆଖିଆ ମହୋତ୍ସବ କମିଟି ସଭାପତି ଅରୁଣ କୁମାର ସାହୁ ଓ ସମ୍ପାଦକ ଅରୁଣ କୁମାର ରାଉତ, ଲକ୍ଷ୍ମୀନାରାୟଣ ପୂଜା କମିଟି ସଭାପତି ବନୋଜ ସ୍ୱାଇଁ ଓ ସମ୍ପାଦକ ନାରାୟଣ ମହାପାତ୍ର, ଆନନ୍ଦ ଚନ୍ଦ୍ର ସାମଲ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଜୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ, ବେଣୁଧର ପଣ୍ଡା, ସୁବାସ ଚନ୍ଦ୍ର ଧଳ, ପୂର୍ଣ୍ଣଚନ୍ଦ୍ର ଶତପଥି, ପ୍ରଭାତ ମହାନ୍ତି, ପଦ୍ମନାଭ ସାହୁ, ନିର୍ମଳ ରାଉତ, ରସୁଲପୁର ସମିତି ସଭ୍ୟ ବିଶ୍ୱନାଥ ପଣ୍ଡା, ଟିକରପଡା ସରପଞ୍ଚ ଅତୁଲ୍ୟ ପ୍ରଧାନ, କାର୍ତ୍ତିକ ପଣ୍ଡା,ଯୁବନେତା ପ୍ରକାଶ ସାମଲ, ସୁବାଷ ଚନ୍ଦ୍ର ଖୁଣ୍ଟିଆ, ମନୋଜ ରାଉତ, ଲୋକନାଥ ପଣ୍ଡା, ବିମ୍ବାଧର ବିଶ୍ୱାଳ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଆକୁଳାନନ୍ଦ ଜେନାମଣି, ଘନଶ୍ୟାମ ମଳିକ, ପୂର୍ବତନ ସମିତି ସଭ୍ୟ ବଟକୃଷ୍ଣ ସାହୁ ଓ ସୁମନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ଶହଶହ ପରମାନନ୍ଦ ପ୍ରେମୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ