ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ
ବାଲେଶ୍ୱର, (ସରୋଜ ପଣ୍ଡା):ପୂଜ୍ୟପୂଜା ନ ରହିଲେ ଦେଶର ପ୍ରଭୁତ କ୍ଷତି ଘଟିବ । ପୂର୍ବଜଙ୍କୁ ମନେ ପକାଇବା ଆମର ପାରମ୍ପରିକ ସଂସ୍କାର । ଏହାର ଯଥାର୍ଥ ପଦକ୍ଷେପ ‘ଚନ୍ଦ୍ରଭାଗା’ ଦୀର୍ଘ ୩୧ବର୍ଷଧରି ନେଇଆସିଛି ବୋଲି ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ମତ ପ୍ରକାଶ କରିଛନ୍ତି । ‘ଚନ୍ଦ୍ରଭାଗା’ର ମାନସିଂବଜାର କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ଯୋଗଦେଇ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ ମହାନ ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଜୀଙ୍କୁ ମନେପକାଇବା ପାଇଁ ତାଙ୍କର ପୁତ୍ର କବି ଶ୍ରୀଦେବ, ଚିତ୍ରଶିଳ୍ପୀ ଅଶୋକ କୁମାର ମହାନ୍ତି ଓ ଗୋଲକ ପାତ୍ରଙ୍କ ମହାନୁଭବତା ପ୍ରଶଂସନୀୟ ବୋଲି ସେ କହିଥିଲେ । ୯୪ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ ଏଥିରେ ଯୋଗଦେଇ ଆଗାମୀ ପିଢ଼ିର ପିଲାମାନଙ୍କୁ ସଚେତନ କରାଇବା ସଙ୍ଗେସଙ୍ଗେ ସମଗ୍ର ବିଶ୍ୱ ତଥା ଭାରତବର୍ଷର ଅନିଚ୍ଛାକୃତ ବିଡ଼ମ୍ବନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ସୋପାନକୁ ସମାଜସେବୀ ତଥା ‘ରେବତୀ’ର ସଂପାଦିକା ସୁବାସିନୀ ଜେନା ଅଧ୍ୟକ୍ଷତା କରିଥିବା ବେଳେ ପ୍ରଥମ ସୋପାନ ଦେବକାନ୍ତ ଗଂଗାବାରଣ ଦାସ ଅଧିବେଶନକୁ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଏଥିରେ କବି ପ୍ରଶାନ୍ତ ଦାସ, ଗାଳ୍ପିକ ଗଂଗାଧର ବିଶ୍ୱାଳ, ଅଂଜନ ଚାନ୍ଦ, ଡ. ହରିଶ୍ଚନ୍ଦ୍ର ବେହେରା, ଯଶୋଧାରା ଦାସ, କ୍ଷୀରୋଦ ବିଶ୍ୱାଳ, ସମାଜସେବୀ ଭାଗବତ ସାହୁ, ଆଇନଜୀବୀ ଅଶୋକ ସେନାପତି, ଉତ୍ପଳ ମହାନ୍ତି, ବରିଷ୍ଠ ସାମ୍ବାଦିକ ରଂଜନ ବାଗ, ସମାଜସେବୀ ନିରଞ୍ଜନ ଖୁଣ୍ଟିଆ, ଅବନୀ ଜେନା, ଅଧ୍ୟାପକ ଆର୍ଯ୍ୟବ୍ରତ, ଅଧ୍ୟାପକ ଶଶିକାନ୍ତ ମହାନ୍ତି, ସୌମ୍ୟରଞ୍ଜନ ପ୍ରଧାନ, କବି ସୁନୀଲ୍ ପଣ୍ଡା, କବି ପ୍ରଶାନ୍ତ କୁମାର, ଗାଳ୍ପିକ ସଞ୍ଜୟ ପଣ୍ଡା, ସତ୍ୟବ୍ରତ ସେଠୀ ପ୍ରମୁଖ ପୂର୍ଣ୍ଣଚନ୍ଦ୍ରଙ୍କ ଜୀବନାବଳୀର କିଛି ଅଂଶ ରଖି ଆଗାମୀ କାଲିର ସମ୍ଭାବନାକୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭିକ ସମ୍ଭାଷଣ ଦୈନିକ ସମାଜର ବରିଷ୍ଠ ସାମ୍ବାଦିକ ଶଶିରଂଜନ ମଲ୍ଲିକ୍ ରଖିଥିଲାବେଳେ କବି ଓ ସଂପାଦକ ‘ଚନ୍ଦ୍ରଭାଗା’ ଶ୍ରୀଦେବ ଶେଷକଥା ଶୁଣାଇଥିଲେ । ଏହି ଅବକାଶରେ ପଣ୍ଡିତ କୃତ୍ତିବାସ ପଣ୍ଡାଙ୍କ ଦ୍ୱାରା ବେଦପାଠ ହୋଇଥିବାବେଳେ ବାସନ୍ତୀ ପାଣି, ଜୟନ୍ତୀ ପାଣିଗ୍ରାହୀ, ଅରୁଣା ରାୟ, ଅନସୂୟା ନାୟକ, ରୋନାଲିସା ପଣ୍ଡା, ଅର୍ଚ୍ଚିଶା ପାଣିଗ୍ରାହୀ, ଡ. ମନିଷା ବର୍ଦ୍ଧନ, ଶ୍ରୀମତୀ ବିପାଶା, ଅରୁଣାଂଶୁ ପାଣିଗ୍ରାହୀ, ସୁବଲ୍ ଦାସ ଏବଂ ଶ୍ରୀରାମ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟ ହୋଇଥିବା ସଙ୍ଗେସଙ୍ଗେ ଉଦ୍ଘାଟିତ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।


