ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକ ୧୨୧ ତମ ଜୟନ୍ତୀ ପାଳନ

ଗାଙ୍ଗପୁର, (ସନ୍ତୋଷ ବିଶୋୟୀ):ଗାନ୍ଧୀ ଦର୍ଶନ ରେ ପ୍ରଭାବିତ ହୋଇ ଭାରତୀୟ ସ୍ୱାଧୀନତା ସଂଗ୍ରାମ ରେ ଅଗଧାଡ଼ି କର୍ମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୨୧ତମ ଜନ୍ମଦିନ ଜୟନ୍ତୀ ପାଳନ ହୋଇଯାଇଛି l ଘଣ୍ଟ କରତାଳ ର ଭଗବତ ଧ୍ୱନିରେ ଗୋବରା ସଡ଼କ ପରିକ୍ରମା ପରେ ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟ ରେ ଏକ ସ୍ମୃତି ସଭା ଆୟୋଜନ ହୋଇଥିଲା l ଉକ୍ତ ସଭାରେ ବାଞ୍ଛାନିଧି ପଟ୍ଟନାୟକ ସ୍ମୃତି କମିଟି ଅଧକ୍ଷ କୁଞ୍ଜବିହାରୀ ନାୟକ ଙ୍କ ଅଧକ୍ଷତା ରେ ମୁଖ୍ୟଅତିଥି ଭାବେ ମାନନୀୟା ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ସମ୍ମାନିତ ଅତିଥି ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ବକ୍ତା ବେଲଗୁଣ୍ଠା ପଞ୍ଚାୟତ ସମିତି ପ୍ରାକ୍ତନ ଅଧକ୍ଷ ପ୍ରଶାନ୍ତ ନାୟକ,ଗାନ୍ଧୀ ଙ୍କୁ ଗୋବରା ଆଣିବାର ପ୍ରମୁଖ ଭୂମିକା ଥିବା ବାଞ୍ଛାନିଧି ପଟ୍ଟନାୟକ ଙ୍କ ଦର୍ଶନ ର ସ୍ମୃତି ଚାରଣ କରିଥିଲେ l ସ୍ମୃତି କମିଟି ଆବାହକ ସ୍ବସ୍ତି ସୁନ୍ଦର ସିଅ ଅତିଥି ପରିଚୟ ଓ ଉଦେଶ୍ୟ ଜ୍ଞାପନ କରିବାସହ, ଅନ୍ୟାନ୍ୟ ଅତିଥି ନିକୁଞ୍ଜ ଖଣ୍ଡୁଆଳ, ଅମିତ କୁମାର ନାୟକ, କୁଞ୍ଜ ମହାନ୍ତି, ସନ୍ତୋଷ ବିଶ୍ୱାଳ,ଶିବରାମ ରାଉତ ବାଞ୍ଛାନିଧି ପଟ୍ଟନାୟକ ଙ୍କ ଗାନ୍ଧୀବାଦ ଉପରେ ଥିବା ସମ୍ମାନ ର ସ୍ମୃତି ସାଉଁଟିଥିଲେ l ସ୍ମୃତି କମିଟି ସମ୍ପାଦକ ବିଭୁପାଦ ଜେନା ଙ୍କ ତତ୍ୱାବଧାନ ରେ ଅଂଚଳର କିଛି ଗୁଣି କଳାକାର ଙ୍କୁ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଲିଙ୍ଗରାଜ ପ୍ରଧାନ, ତ୍ରିନାଥ ଗୋଛାୟତ, ସିମାଞ୍ଚଳ ବିଷୋୟୀ ଙ୍କ ସମେତ ବହୁ ଜ୍ଞାନୀ ଗୁଣି ଯୋଗଦେଇ ବାଞ୍ଛାନିଧି ପଟ୍ଟନାୟକ ତ୍ୟାଗ ଉପରେ ଅଭିମତ ରଖିଥିଲେ l ରାଜେନ୍ଦ୍ର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ