ସ୍ୱାଧୀନତା ସଂଗ୍ରାମୀ ସୂର୍ଗତ ନକୁଳ ଚରଣ ଦାସଙ୍କ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଗାନ୍ଧୀପଦଯାତ୍ରା ସ୍ମୃତି ପରିଷଦ ଆନୁକୁଲ୍ୟରେ ସଂଗ୍ରାମୀ ସୂର୍ଗତ ନକୁଳ ଚରଣ ଦାସଙ୍କ ବାସସ୍ଥାନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ପଂଚାୟତର ସୁଜାନଗର ଗ୍ରାମର ନେତାଜୀ ମଡେଲ ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ଏକ ଜିଲ୍ଲା ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ପରିଷଦର ସ୍ଥାୟୀ ସଭାପତି ଭଜକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁସବ୍ୟସାଚୀ ନାୟକ, ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବିଧାୟକ ତଥା ଚିଲିକା ଉନ୍ନୟନ ପରିଷଦର ଉପଦେଷ୍ଟା ଉତ୍କଳ କେଶରୀ ପରିଡା, ପୂର୍ବତନ ବିଧାୟିକା ତଥା ରାଜ୍ୟ ଖାଦ୍ୟ କମିଶନର ସଦସ୍ୟା ଡଃ.ସିପ୍ରା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକ, ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ଯୋଗଦେଇ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ପୂର୍ବତନ ସଭାପତି ସୂର୍ଗତ ନକୁଳ ଚରଣ ଦାସଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ସଂଗ୍ରାମୀ ସୂର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସୂର୍ଗତ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୈାରପାଳ ଧିରେନ ସାହୁ, ରୋସ୍ୱôା ସାହୁ, ଜିଲ୍ଲା ପ୍ରତିଭା ପୂଜା ସମିତିର ସଭାପତି ପ୍ରଦୀପ କୁମାର ମହାନ୍ତି, ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ସହକାରୀ ଜିଲ୍ଲାପାଳ ଅଶୋକ କୁମାର ବେହେରା, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଅଧ୍ୟାପକ ଅଜୟ ସାମଲ, ଶିକ୍ଷାବୀତ ବାସୁଦେବ ଦାସ, ଇଶ୍ୱର ଚନ୍ଦ୍ର ସାହୁ, ନରହରୀ ପାଣି, ଆଲୋକ ସାହୁ, ରବିନ୍ଦ୍ର ପଣ୍ଡା, ଶିକ୍ଷକ ପାର୍ଥସାରଥୀ ବେହେରା, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ୬ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭବାନୀ ପ୍ରସାଦ ଓଝା, ସମିତି ସଭ୍ୟ ଚିତ୍ତରଞ୍ଜନ ପୃଷ୍ଟି, ସରପଂଚ ପୀତବାସ ବେହେରା, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ସଂଗ୍ରାମୀ ସୂର୍ଗତ ଦାସଙ୍କ ପୁଅ ବିଜୟ କୁମାର ଦାସ, ଅବନୀ ଦାସ, ଅବିନାଶ ଦାସ, ଝିଅ ମିନାକ୍ଷୀ ଦାସ, ନାତୁଣୀ ଯାଜ୍ଞସେନୀ ଦାସ, ପୂର୍ବତନ ସମିତି ସଭ୍ୟ ତ୍ରିଲୋଚନ ଦାସ, ମହେନ୍ଦ୍ର ମିଶ୍ର, ବିନୋଦ ସାହୁ, ପ୍ରଦୀପ ଦାଶ, ପ୍ରିୟବତ ଦାସ, ରମାକାନ୍ତ ମହାନ୍ତି, ରଞ୍ଜିତ ସାହୁ, ଶିବପ୍ରସାଦ ଭଳ, ବିକାଶ ଦଳାଇ, ଦେବାଶିଷ କୁବେର, ଗୋଲଖ ସେଠୀ, ଅଲେଖ ନାୟକ, ରବିନ୍ଦ୍ର ନାଥ ରଥ,କୁଳମଣି ନାୟକ, ସଞ୍ଜୟ ଜେନା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସଂଗ୍ରାମୀ ସୂର୍ଗତ ଦାସଙ୍କ ଜୀବନୀ ଉପରେ ପ୍ରକାଶିତ ଏକ ସ୍ମରଣିକାକୁ ବିଧାୟକ ଶ୍ରୀ ବେହେରା ଓ ବିଧାୟକ ଶ୍ରୀ ନାୟକ ଉନ୍ମୋଚନ କରିଥିଲେ । ଏହି ପତ୍ରିକାକୁ ଶୁଭାଂଶୁ କୁମାର ଦାସ ସମ୍ପାଦନା କରିଥିବା ବେଳେ ସ୍ମୃତି ପରିଷଦର ଆବାହକ ରାଜେଶ ପଣ୍ଡା ଓ ସଂଯୋଜକ ଡଃ.ଗଦାଧର ମଲ୍ଲିକ ସଭା ପରିଚାଳନାର ସମସ୍ତ ଦାୟୀତ୍ୱ ନିର୍ବାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ