ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମନ୍ଦରଧର ସାହୁଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ବରିଷ୍ଠ ରାଜନୀତିଜ୍ଞ ତଥା ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମନ୍ଦରଧର ସାହୁଙ୍କ ଏକାଦଶାହ କ୍ରିୟା ଅବସରରେ ହାସିନପୁରସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନେ ସ୍ୱର୍ଗତ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ବେଦପାଠ ଓ ଦୁଇ ମିନିଟ୍ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ସମାଜସେବୀ ପିତାମ୍ବର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳ, ଲୋକସଭା ସଂସଦ ବିଜେପି ନେତା ଅଭିମନ୍ୟୁ ସେଠୀ, ବ୍ଲକ ଉପାଧ୍ୟକ୍ଷା ମଞ୍ଜୁଲତା ଜେନା, ନାଟ୍ୟକାର ଡଃ.ସୁଧାଂଶୁ ଶେଖର ନାୟକ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ଶିକ୍ଷାବିତ୍ ରମାକାନ୍ତ ରାଉତ, ସମାଜସେବୀ ଲକ୍ଷ୍ମୀଧର ମହାପାତ୍ର, ସମବାୟ ସମିତି ସଭାପତି ଜଗନ୍ନାଥ ପାଣିଗ୍ରାହୀ, ସମାଜସେବୀ ଭୀମସେନ ସାମଲ, ପ୍ରାକ୍ତନ ବିଧାୟକ ରଥ ଦାସ, ପ୍ରାକ୍ତନ ସମବାୟ ବ୍ୟାଙ୍କ ଶାଖା ପରିଚାଳକ ରତ୍ନାକର ଦାଶ, ନିତ୍ୟାନନ୍ଦ ଜେନା, ଅଭୟ ପ୍ରଧାନ, ଅଲେଖ ଚନ୍ଦ୍ର ନାୟକ, ଲକ୍ଷ୍ମୀଧର ସାହୁ, ନିରଞ୍ଜନ ରାଉତ, ସୁବାଷ ମଲ୍ଲିକ, ସତ୍ୟବ୍ରତ ପଣ୍ଡା, ଲାଲା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ସାହୁ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ । ତାଙ୍କ ମୃତ୍ୟୁରେ ଗଣିଜାଙ୍ଗ ପଞ୍ଚାୟତର ଅପୂରଣୀୟ କ୍ଷତି ଘଟିଲା ବୋଲି ବକ୍ତା ମାନେ କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁରତ୍ନ ସାହୁ, ରଞ୍ଜନ ସାହୁ, ଗଙ୍ଗାଧର ନାୟକ, ପ୍ରହଲ୍ଲାଦ ସାହୁ, ଅଶୋକ ବେହେରା, ଭରତ ମିଶ୍ର, ରଞ୍ଜନ ସେଠୀ, ଲକ୍ଷ୍ମୀଧର ନାୟକ ସହାୟତା କରିଥିଲେ । ଏହି ଅବସରରେ ୧୦ ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା ।