ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ୯୫ତମ ଜନ୍ମଜୟନ୍ତୀ ଅନୁଷ୍ଠିତ

ଖୋର୍ଦ୍ଧା : ବୋଲଗଡ଼ ବେଗୁନିଆ ଗାନ୍ଧୀ ନାମରେ ସୁପରିଚିତ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ, ଶିକ୍ଷାବିତ୍‌, ସମାଜସେବୀ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ୯୫ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀ ରଘୁନାଥପୁର ଆଦିବାସୀ ସାହିରେ ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନ ତରଫରୁ କରୋନା ସଚେତନତା ରାଲି କରାଯିବା ସହିତ ମାକ୍ସ ବଣ୍ଟନ କରାଯାଇଥିଲା । ରଘୁନାଥପୁରର ସମସ୍ତ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ । ପ୍ରଥମେ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ନୀଳକଣ୍ଠ ମିଶ୍ର ସେବା ପ୍ରତିଷ୍ଠାନର ସାଧାରଣ ସଂପାଦକ ଶିବନାରାୟଣ ମିଶ୍ର ଏହାକୁ ପରିଚାଳନା କରିଥିଲେ । ଶ୍ରୀସିଦ୍ଧି ନାରାୟଣ ମିଶ୍ର ସର୍ବନାରାୟଣ ମିଶ୍ର, ସୋମ ନାରାୟଣ ମିଶ୍ର, ଶୀର୍ଷ ନାରାୟଣ ମିଶ୍ର, ସୁଧାଂଶୁ ଶେଖର ମିଶ୍ର, ସୁବାଷ ଦେଉରୀ, ପ୍ରଫୁଲ ଦେଉରୀ, କାଠି ସ୍ୱାଇଁ, ୱାର୍ଡମେମ୍ବର ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ