ସ୍ୱାଧୀନ ପ୍ରାର୍ଥୀ ହେବେ ପୁତୁଲ କୁମାରୀ

ପାଟନା(ଏଜେନ୍ସି): ବିହାରର ବରିଷ୍ଠ ବିଜେପି ନେତା ତଥା ଦଳର ପ୍ରଦେଶ ଉପାଧ୍ୟକ୍ଷା ପୁତୁଲ କୁମାରୀ ଚଳିତ ନିର୍ବାଚନରେ ଟିକଟ୍ ନପାଇବାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେ ଚଳିତ ଲୋକସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ଆଜି ଘୋଷଣା କରିଛନ୍ତି । ସୁତରାଂ ଆଗାମୀ କିଛି ଦିନ ମଧ୍ୟରେ ପୁତୁଲ କୁମାରୀ ବିଜେପିରୁ ଇସ୍ତଫା ଦେବା ନିଶ୍ଚିତ ହୋଇଯାଇଛି । ପୁତୁଲ କୁମାରୀ ହେଉଛନ୍ତି ବିହାରର ବାଙ୍କା ଆସନରୁ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ତଥା ପୂର୍ବତନ ଦିବଂଗତ କେନ୍ଦ୍ରମନ୍ତ୍ରୀ ଦିଗ୍ବିଜୟ ସିଂହଙ୍କ ପତ୍ନୀ । ୨ଠ୧ଠରେ ବିଜେପି ନେତା ଦିଗବିଜୟ ସିଂହଙ୍କ ପରଲୋକ ପରେ ତାଙ୍କ ପତ୍ନୀ ପୁତୁଲ କୁମାରୀ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ୨ଠ୧ଠରେ ଅନୁଷ୍ଠିତ ଉପନିର୍ବାଚନରେ ପୁତୁଲ କୁମାରୀ ବାଙ୍କା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ୨ଠ୧୪ ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳର (ଆରଜେଡି) ଜୟପ୍ରକାଶ ଯାଦବଙ୍କ ଠାରୁ ପରାଜିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ