ସ୍ୱାଧୀନ ହେଲେ ଜିଲ୍ଲା ପରିଷଦ ପ୍ରାଥୀ

ନିମାପଡ଼ା, ( ସନ୍ତୋଷ ଦାଶ ) :-ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ୦୮ ନଂ ଜୋନ ପାଇଁ ଗୁରୁବାର ଦିନ ପୁରୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ଦଳ ପକ୍ଷରୁ ପ୍ରାଥୀ ପତ୍ର ଦାଖଲ କରିଥିବା ଜଣାପଡିଛି । ସ୍ଵାଧୀନ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ବିଜେଡି ଦଳ ପକ୍ଷରୁ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ପଦବୀରେ ଏବେ ଅଛନ୍ତି । ତାଙ୍କ ବାପା ସୁରେନ୍ଦ୍ର ନାଥ ନାୟକ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ପଦବୀରେ ଥିବାବେଳେ ସେ ପ୍ରତ୍ୟକ୍ଷ ରାଜନୀତିରେ ଅଂଶ ଗ୍ରହଣ କରି କାକଟପୁର ନିର୍ବାଚନ ମଣ୍ଡଳୀ ରାଜନୀତିରେ ରହି ଆସିଥିଲେ । ଯୋଜନା ବୋର୍ଡ଼ ଉପାଦକ୍ଷ ସମୟରେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସି ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଦ୍ଵିତୀୟ ଥର ପାଇଁ ଏବେ ସେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ପଦବୀରେ ରହି ଜିଲ୍ଲା ପରିଷଦ ପାଇଁ ପ୍ରାଥୀ ପତ୍ର ଦାଖଲ କରିଛନ୍ତି । ଏଥି ସହିତ ଅସ୍ତରଙ୍ଗ ବ୍ଲକ ଜୋନ ନଂ ୧ ରୁ ବିଜେଡି ପ୍ରାଥିନୀ ଭାବେ ସରସ୍ଵତୀ ସ୍ଵାଇଁ ,ଜୋନ ନଂ ୨ ରୁ ବନିତା ବେହେରା ,ଜୋନ ନଂ ୧୪ ରୁ ସାଗରିକା ନାୟକ ପ୍ରମୁଖ ସେମାନଙ୍କର ପ୍ରାଥୀ ପତ୍ର ଦାଖଲ କରିଛନ୍ତି । ବିଜେଡି ଦଳ ପକ୍ଷରୁ ଦଳୀୟ ଟିକେଟ ପାଇଥିବାରୁ ପ୍ରମୁଖ ପ୍ରାଥୀ ମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।ପ୍ରାଥୀ ଓ ପ୍ରାଥିନୀ ମାନେ ନିଜ ନିଜ ଜୋନର ଜନସାଧାରଣ ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ବିଜୟ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ