ସ୍ୱାବଲମ୍ବୀ ଗାୟତ୍ରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଗାୟତ୍ରୀ ସାମନ୍ତ ଜଣେ ସୁ ଗୃହିଣୀ ହେବା ସହିତ ନିଜ ହାତ ତିଆରି କେକ ଆଜି ତାଙ୍କୁ କରିଛି ସ୍ୱାବଲମ୍ବୀ ଓ ଏହି କେକ ତାଙ୍କୁ ଆଣି ଦେଇଛି ଏକ ସ୍ୱତନ୍ତ୍ର ପରିଚୟ. ଭୁବନେଶ୍ୱର ସ୍ଥିତ ଜାଗମରା ଠାରେ ନିଜ ର ନିଜର ହୋମ ବେକେରୀ କରି ନିଜେ ଆତ୍ମ ନିର୍ଭର ଶିଳ ହେବା ସହିତ ଅନ୍ୟ ମହିଳା ମାନଙ୍କ ପାଇଁ ପାଲଟି ଛନ୍ତି ଏକ ଆଦର୍ଶ ଓ ପଥ ପ୍ରଦର୍ଶକ. ଏହା ତିଆରି କରି ବିବାହ, ଜନ୍ମ ଦିବସ, ଗୃହ ପ୍ରତିଷ୍ଠା ପ୍ରମୁଖ ଦିବସ ମାନଙ୍କ ରେ ହୋମ ଡେଲି ଭରି ମଧ୍ୟ କରୁଛନ୍ତି. ଏହା ସହିତ ଗରିବ, ଅସହାୟ ବ୍ୟକ୍ତି ବିଶେଷ ଙ୍କ ପାଇଁ ସାମାଜିକ କାର୍ଯ୍ୟ ମଧ୍ୟ ଦୀର୍ଘ ବର୍ଷ ହେଲା କରି ଆସୁଛନ୍ତି. ସମାଜସେବୀ ନାରାୟଣ ଖୁଣ୍ଟିଆ ଗଣମାଧ୍ୟମ କୁ ଉକ୍ତ ସୂଚନା ପ୍ରଦାନ କରିଛନ୍ତି.