ସ୍ୱାମୀକୁ ହତ୍ୟା ଅଭିଯୋଗରେ ପ୍ରମିକ ସହ ସ୍ତ୍ରୀ ଗିରଫ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ମୋଚି ସାହିରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ନିଜର ସ୍ୱାମୀକୁ ହତ୍ୟା କରିଥିବା ବେଳେ ସାହିଲୋକ ମହିଳା ଓ ପ୍ରେମିକ କୁ କାବୁକରି ପୋଲିସରେ ଦେଇଥିବା ଜଣାପଡ଼ିଛି। ଘଟଣାରୁ ଜଣା ପଡ଼ିଛିଯେ ବୁଗୁଡା ମୋଚି ସାହିର ମହେଶ୍ୱରୀ ମେହର ଢେଙ୍କାନାଳ ର ସିଲୁ ମେହରକୁ ବିବାହ କରିଥିଲେ। ୩ ଟି ସନ୍ତାନର ଜନକ ଜନନୀ ହୋଇ ହସ ଖୁସିରେ ପରିବାର ଚାଲୁଥିବା ବେଳେ ଏକ ଚୋରି କେଶରେ ସିଲୁ ମେହର ଫେରାର ହୋଇ ଯାଇଥିଲା। ଏହି ସମୟ ମଧ୍ୟରେ ମହେଶ୍ୱରୀର ଢେଙ୍କାନାଳର ଅନ୍ୟ ଜଣେ ବ୍ୟକ୍ତି ଦୀପକ ସାହୁ ର ପ୍ରେମରେ ପଡି ତିନି ଦିନ ପୂର୍ବେ ଦୀପକ ସହ ମହେଶ୍ୱରୀ ନିଜ ବାପ ଘର ବୁଗୁଡାକୁ ଚାଲି ଆସିଥିଲା। ଏହି ଖବର ପାଇବା ପରେ ସିଲୁ ମେହର ବୁଗୁଡ଼ାରେ ନିଜ ଶ୍ବଶୁର ଘରେ ପହଞ୍ଚି ନିଜ ପତ୍ନୀ ସହ ଦୀପକକୁ ଦେଖି ଉଚ୍ଚବାଚ ହୋଇଥିଲା। ରାତ୍ରରେ ଶୋଇଥିବା ବେଳେ ମହେଶ୍ୱରୀ ଓ ଦୀପକ ମିଶି ସିଲୁ ମେହରକୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ କରି ସାହି ଲୋକମାନେ ମହେଶ୍ୱରୀ ଓ ଦୀପକ କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ସିଲୁ ମେହରଙ୍କ ମର ଶରୀରକୁ ଜବତ କରି ବୁଗୁଡା ଥାନା କେଶ ନଂ ୩୧୮/୨୦ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ମହେଶ୍ୱରୀ ଓ ଦୀପକାକୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଥିବା ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ