ସ୍ୱାମୀଙ୍କୁ ୧୧ ଥର ଛୁରୀ ଭୁଷି ହତ୍ୟା କଲା ସ୍ତ୍ରୀ
ମୁମ୍ବାଇ , ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ୱାମୀଙ୍କୁ ସ୍ତ୍ରୀ ଏକ ଛୁରିରେ ୧୧ ଥର ଭୁଷିବା ପରେ ତଣ୍ଟିକାଟି ହତ୍ୟା କରିଛି । ଏଭଳି ଏକ ଜଘନ୍୍ୟ ହତ୍ୟା ମୁମ୍ବାଇର ନାଲ୍ଲୋସୋପାରାରେ ଘଟିଛି । ଏହି ଘଟଣା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗତକାଲି ସକାଳେ କୈାଣସି କାରଣକୁ କେନ୍ଦ୍ର କରି ବଚସା ଆରମ୍ଭ ହୋଇଥିଲା । କିନ୍ତୁ ରାଗ ଶାନ୍ତ ହେବା ପରେ ସ୍ୱାମୀ ସୁନିଲ କଦମ୍ (୩୬) ବେଡରୁମରେ ଶୋଇବାକୁ ଚାଲିଯାଇଥିଲେ । କିନ୍ତୁ ସ୍ତ୍ରୀ ରାଗରେ ଜଳୁଥିଲେ । ସ୍ତ୍ରୀ ପ୍ରଣାଳୀ ଏହା ପରେ ରୋଷେଇ ଶାଳକୁ ଯାଇ ଏକ ଧାରୁଆ ଅସ୍ତ୍ର ଆଣି ସ୍ୱାମୀ ସୁନିଲଙ୍କ ପେଟକୁ ୧୧ ଥର ଭୁଷିବା ପରେ ତାଙ୍କ ତଣ୍ଟିକାଟି ହତ୍ୟା କରିଥିଲେ । ଏହା ପରେ ଶାଶୁ ଓ ଶ୍ୱଶୁର ପିଲାମାନଙ୍କ ପାଖକୁ ଯାଇ ଶୋଇପଡିଥିଲେ । ଏହା ପରେ ସକାଳ ହେବା ପରେ ପତ୍ନୀ ତାଙ୍କ ଶ୍ୱଶୁରଙ୍କୁ ସ୍ୱାମୀ ଆତ୍ମହତ୍ୟା କରିଥିବା କଥାଜଣାଇଥିଲେ । ଏହା ପରେ ବାପା ତୁଲିଜଂ ଥାନାରେ ଅଭିଯୋଗ କରି୍ଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।ଏହା ପରେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ଘଟଣା ସ୍ୱୀକାର କରିଥିଲେ । ପୋଲିସ ସ୍ତ୍ରୀ ପ୍ରଣାଳୀଙ୍କୁ ଗିରଫ କରି୍ଥିବାବେଳେ ତାଙ୍କର ସାତ ବର୍ଷର ଗୋଟିଏ ଝିଅ ଓ ଆଠ ମାସର ଗୋଟିଏ ଝିଅ ଥିବା ଜଣାପଡିଛି । କୁହାଯାଉଛି ସ୍ୱାମୀଙ୍କ ଅନ୍ୟ ମହିଳାଙ୍କ ସହିତ ସଂମ୍ପର୍କ ଥିବାରୁ ସ୍ତ୍ରୀ ଏହି ପରି ନାରକୀୟ କାଣ୍ଡ ଘଟାଇଥିବା ଜଣାପଡିଛି ।\n