ସ୍ୱାମୀଙ୍କ ମଙ୍ଗଳକାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ସଧବା ମହିଳା
ଭାରତୀୟ ପରପଂରା ସମଗ୍ର ବିଶ୍ୱରେ ମହାନ । ଏହି ଭାରତ ବର୍ଷରେ ୧୨ ମାସରେ ୧୩ ପର୍ବ ଅନୁଷ୍ଠିତ ହୁଏ । ଭାରତ ବର୍ଷରେ ହିନ୍ଦୁ , ମୁସଲିମ , ସମସ୍ତେ ମିଳିମିଶି ଭାଇଚାରାର ପର୍ବରେ ସାମିଲ ହ୍ରୁଅନ୍ତି । ବାର ମାସର ତେର ପର୍ବ ମଧ୍ୟରେ ସଧବା ନାରୀ ମାନଙ୍କ ପାଇଁ ମହାନ ପର୍ବ ହେଉଛି ଅମାବାସ୍ୟା । ସେହି ମହାନ ପର୍ବ ଅବସରରେ ସଧବା ନାରୀ ମାନେ ନିଜ ସ୍ୱାମୀର ଦିର୍ଘାୟୁ କାମନା କରି ଭଗବାନ ଙ୍କ ନିକଟରେ ପୂଜାର୍ଚ୍ଚନା କରନ୍ତି । ଆଜିର ଏହି ପବିତ୍ର ଅମାବାସ୍ୟା ରେ ସକାଳୁ ସକାଳୁ ମନ୍ଦିର ମାନଙ୍କରେ ଗାଁ ଠାରୁ ସହର ସବୁଠି ଚଳଚୁଞ୍ଚଳ ରହିଛି । ସ୍ୱାମୀ ର ଦୀର୍ଘଆୟୁ କାମନା କରି ଜମରାଜଙ୍କୁ ପୂଜାର୍ଚ୍ଚନା କରାଯାଉଛି । ପୁରାଣ ଅନୁଯାୟୀ ସତୀ ସାବିତ୍ରୀ ନିଜ ସ୍ୱାମୀଙ୍କୁ ଯମରାଜ ଠାରୁ ଛଡାଇ ଆଣିପାରିଥିଲେ । ସେହି ଦିନ ଠାରୁ ଭାରତୀୟ ସଧବା ନାରୀ ମାନେ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ନାରୀ ମାନେ ନୂତନ ଶାଢୀ ପରିଧାନ କରିବା ସହ କଳା ଓ ନାଲି ଚୁଡି , ଆଦି ପୂଜାର୍ଚ୍ଚନା କରିଥାନ୍ତି । ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ନାରୀ ମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।


