ସ୍ୱାମୀଙ୍କ ମଙ୍ଗଳ ମନାସୀ ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ କିନ୍ନର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର ସହରରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସ୍ୱାମୀଙ୍କ ମଙ୍ଗଳ ମନାସୀ ହଜାର ହଜାର ମହିଳା ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ସମଗ୍ର ଜିଲାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତ୍ୟେକ ସଧବା ନାରୀମାନେ ନିଜ ନିଜ ସ୍ବାମୀଙ୍କ ସୁସ୍ଥ ନିରାମୟ ଜୀବନ ତଥା ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି। ଜ୍ୟେଷ୍ଠ ଅମାବାସ୍ୟାରେ ବ୍ରାହ୍ମଣଙ୍କ ଦ୍ବାରା ଏହି ପୂଜାକର୍ମ ଆରମ୍ଭ କରି ଗୋଟିଏ ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କଲା ପରେ ଶିଳପୁଆରେ ଅଁଳା ହଳଦୀ ଲଗାଇ ନୂତନ ବସ୍ତ୍ର ଓ ଅଳଙ୍କାର ଦ୍ବାରା ସଜାଇ ସାବିତ୍ରୀ ଦେବୀ ରୂପେ ସ୍ଥାପନା କରାଯାଇଥିଳା।ରୀତିନୀତି ଅନୁଯାୟୀ ଧୂପ, ଦୀପ, ପୁଷ୍ପ ଅର୍ପଣ କରିବା ସହ ପାଚିଲା ଆମ୍ବ, ପଣସ, ସପୁରୀ, ତାଳସଜ, ନଡ଼ିଆ, କଦଳୀ ପ୍ରଭୃତି ନାନା ଜାତିର ପକ୍ବଫଳ ଓ ଧୂଆମୁଗ ନୈବେଦ୍ୟ ରୂପେ ଅର୍ପଣ କରି ସାବିତ୍ରୀ ବ୍ରତ କରିଥାନ୍ତି। ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଏହି ପୂଜା କରିଥିବା ଦେଖିବାକୁ ମିଳିଛି। ସେହିଭଳି କିନ୍ନର ମାନଙ୍କ ପକ୍ଷରୁ ମଧ୍ୟ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ଠାରେ ଥିବା କିନ୍ନର ମାନେ ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସ୍ଥାନୀୟ ବରଗଛରେ ଗୁରୁଙ୍କ ସ୍ମରଣ କରି ଶଂଖା ସିନ୍ଦର ପିନ୍ଧି ମହାସଂଘର ବରିଷ୍ଠ ମାନଙ୍କୁ ସାନମାନେ ଗୋଡ଼ ଧୋଇ ପୂଜାର୍ଚ୍ଚନା କରିଥିଲେ। କିନ୍ନର ପାୟଲ , ରିଙ୍କି , ଜିନା , ସଙ୍ଗୀତା , ସୀତଲ , ମୁନୀ , ସୁହାନୀ . ପ୍ରିତୀ ଓ ପିଙ୍କିଙ୍କ ଭଳି ବହୁ କିନ୍ନର ମାନେ ସାମିଲ୍ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ