ସ୍ୱାମୀଙ୍କ ସହ ବିଗ୍ବସରେ ନଜର ଆସିବେ ରାକ୍ଷୀ ସାୱନ୍ତ
ମୁମ୍ବାଇ : ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ରିୟାଲିଟି ସୋ’ ବିଗ୍ ବସ୍ । ସେପ୍ଟେମ୍ବର ୨୯ରେ ସୋ’ ଆରମ୍ଭ ହେବାକୁ ଥିବା ବେଳେ ଚଳିତ ବର୍ଷ ସୋ’ରେ ଅନେକ ବଡ଼ ବଡ଼ ପରିବର୍ତ୍ତନ ଦେଖାଯିବ ବୋଲି ଜଣା ପଡ଼ିଛି । ତେବେ ଏଥର ସୋ’ରେ ନିଜ ସ୍ୱାମୀ ରିତେଶଙ୍କ ସହ ରାକ୍ଷୀ ସାୱନ୍ତ ମଧ୍ୟ ସାମିଲ ହେବେ । ଖୋଦ ରାକ୍ଷୀ ଏ ନେଇ ସୂଚନା ଦେଇଛନ୍ତି ।
କିଛି ସମୟ ଧରି ନିଜ ବିବାହକୁ ନେଇ ରାକ୍ଷୀ ଚର୍ଚ୍ଚାରେ ଥିବାବେଳେ ନିଜ ଇନ୍ସଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ରାକ୍ଷୀ କହିଛନ୍ତି ଯେ ବିଗବସରେ ଖୁବ ଶୀଘ୍ର ମୋ ସ୍ୱାମୀଙ୍କ ଝଲକ ଆପଣ ଦେଖିବାକୁ ପାଇବେ ।
ତେବେ ରାକ୍ଷୀ ଓ ତାଙ୍କ ସ୍ୱାମୀ କେବଳ ଅତିଥି ଭୂମିକାରେ ନଜର ଆସିବେ ନା ବିଗବସର ପୁରା ସିଜିନରେ ସାମିଲ ହେବେ ତାହା ଜଣାପଡିନାହିଁ । ଏଠାରେ ସୂଚନା ଥାଉ କି ବିଗବସରେ ଏଥର ଟେଲି ସୋ ଅଭିନେତା ସିଦ୍ଧାର୍ଥ ଶୁକ୍ଲା, ମେଘନା ମଲ୍ଲିକ, ଦେବଲୀନା ଭଟ୍ଟାଚାର୍ଯ୍ୟ, ଆରତୀ ସିଂ ପ୍ରମୁଖ ସାମିଲ ହେବାକୁ ଯାଉଛନ୍ତି ।