ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ପ୍ରଥମ ସ୍ତ୍ରୀ

ଗଂଜାମ, (ବିନୋଦପଲେଇ):ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବି ନେଇ ସ୍ୱାମୀ ଘରେ ଧାରଣ ଦେଇଥିବା ଗଂଜାମ ଜିଲ୍ଲା ର ତପସ୍ୱୀନୀ ଘଟଣା ସାରା ଓଡ଼ିଶାରେ ପ୍ରମୁଖ ପ୍ରସଙ୍ଗ ପାଳଟିଥିବା ବେଳେ,ପୁଣି ନ୍ୟାୟ ଅପେକ୍ଷାରେ ସ୍ତ୍ରୀର ଅଧିକାର ଓ ନ୍ୟାୟ ଦାବିରେ ସ୍ୱାମୀ ଘରେ ଧାରଣାରେ ବସିଛି ରାୟଗଡା ଝିଅ ସ୍ୱପ୍ନା । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାର ଗଞ୍ଜାମ ସହରରେ ।ରାୟଗଡା ଜିଲ୍ଲାର ଝିଅ ସ୍ୱପ୍ନା ଭଲପାଇ ୨୦୦୫ମସିହାରେ ବୈଦିକ ନୀତିରେ ବିବାହ କରନ୍ତି ,ଗଂଜାମ ଜିଲ୍ଲାର ଖଲ୍ଲିକୋଟ ର ଆଶୁତୋଷ ମହାପାତ୍ରଙ୍କୁ ଜଗନ୍ନାଥ ମନ୍ଦିରରେ ।ସମସ୍ତ ସ୍ତ୍ରୀଙ୍କ ଭଳି ସ୍ୱପ୍ନା ସ୍ୱାମୀଙ୍କ ସହଜୀବନ ବିତେଇବାର ସ୍ବପ୍ନ ଦେଖବା ସହ ହସ ଖୁସିରେ କଟୁଥିଲା ଜୀବନ।, ହଟାତ ସ୍ୱାମୀ ଆଶୁତୋଷ ଘର କଥାରେ ଆସି ସ୍ୱପ୍ନାଙ୍କ ଅଜାଣତରେ ୨୦୦୬ ମସିହାରେ ରାୟଗଡା ଅନ୍ୟ ଏକ ଝିଅକୁ ବିବାହ କରିଥିବା ଅଭିଯୋଗ କରନ୍ତି ସ୍ୱପ୍ନା ।ସ୍ୱାମୀ ୨ୟ ବିବାହର ଚାରି ବର୍ଷ ପରେ ଜାଣିବା ପରେ ହତବାଗ ହୋଇଯିବା ସହ ତିନୋଟି ସନ୍ତାନକୁ ଜୋରଜବରଦସ୍ତ ନଷ୍ଟ କରିଦେଇଥିବା ଅଭିଯୋଗ କରଛନ୍ତି ସ୍ୱପ୍ନା। ଯାହାଫଳରେ କୋରାପୁଟ ଠାରେ ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରଷ୍ଟା ହୁଅନ୍ତି ସ୍ୱପ୍ନା । ଘଟଣାକୁ ଗୁରୁତ୍ୱ ଦେଇ ତତ୍କାଳୀନ ଏସପି ଏହାର ତଦନ୍ତ କରିବାକୁ ଅତିରିକ୍ତ ଏସପିଙ୍କୁ ଦ୍ବାଇତ୍ବ ଦିଅନ୍ତି । ଉଭୟ ସ୍ୱପ୍ନା ଓ ଆଶୁତୋଷଙ୍କ ମଧ୍ୟରେ ଏକ ଆପୋଷ ବୁଝାମଣା କରାଯାଇ ଉଭୟ ସ୍ତ୍ରୀଙ୍କ ସହ ଆଶୁତୋଷ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସ୍ୱପ୍ନା ।ପରେ ଗଂଜାମ ଜିଲ୍ଲାର ଛତ୍ରପୁରରେ ଆସି ଭଡାରେ ସ୍ୱପ୍ନା ରହିବା ପରେ , ଖଲ୍ଲିକୋଟ ବ୍ଲକର ସ୍ବାମୀଙ୍କ ଘରେ ରହୁଥିବା ୨ୟ ସ୍ତ୍ରୀ ଛତ୍ରପୁର ଆସିରହିବାକୁ ବାଧ୍ୟ କରିବାରୁ ଉଭୟ ସ୍ତ୍ରୀଙ୍କୁ,ପୃଥକ ପୃଥକ ଭାବେ ଚମାଖଣ୍ଡୀରେ ରଖିଥିଲେ ସ୍ୱାମୀ ଆଶୁତୋଷ। ପ୍ରଥମ ସ୍ତ୍ରୀ ଛତ୍ରପୁରର ଏକ ଘରୋଇ ଇଂଲିଶ ମିଡିୟ ସ୍କୁଲରେ ଚାକିରୀ କରିଥିଲେ ।ଏହା ମଧ୍ୟରେ ,ସ୍ୱାମୀ ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଗତ ଏକ ବର୍ଷ ହେଲା ସ୍ୱପ୍ନାଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିବା କହିବା ସହ ଜାନୁଆରୀ ମାସ ଠାରୁ ଆସ୍ତେ ଆସ୍ତେ ଦୁରେଇଗଲେ ସ୍ୱାମୀ। ଏପରିକି ୨ୟ ସ୍ତ୍ରୀ ତାଙ୍କୁ କରୋନା, ଟିବି ହୋଇଯାଇଥିବା ନେଇ ମିଛ ପ୍ରଚାର କରି ଲୋକଙ୍କ ମଧ୍ୟରେ ଘୃଣ୍ୟ ଭାବ ସୃଷ୍ଟି କରିବା, ପରେ ଘରକୁ ଆସିବ ବନ୍ଦ କରିବା ସହ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେବ ଏବଂ ଘରଭଡା ମାଲିକ ଖରାପ ବ୍ୟବହାର କରିବା, ଦେହ ଖରାପ ଯୋଗୁ ପୁଣି ରାୟଗଡା ଚାଲିଯାଇଥିଲେ । ସେଠାରେ ଯାଇ ଟିବି ଓ କରୋନା ପରୀକ୍ଷା କରିଥିଲେ । ମାତ୍ର କିଛି ବହାରିନଥିବା ସ୍ୱପ୍ନା କହିଛନ୍ତି। ଦେହ ଭଲ ହେବା ପରେ ଖବର ପାଇ ଆଜି ସକାଳୁ ଗଂଜାମ ସ୍ଥିତ ଗ୍ରାସୀମ କମ୍ପାନୀର ଅଗ୍ନି ଓ ନିରାପଦା ବିଭାଗରେ କାର୍ଯ୍ୟରତ ରାହୁଲ ସାହିରେ ଭଡା ଘରେ ରହୁଥିବା ସ୍ୱାମୀଙ୍କ ଘରକୁ ଆସିବ ମାତ୍ର ଦେଖି ସ୍ୱାମୀ କୁଆଡେ ଚାଲିଯାଇଥିବା ବେଳେ ,୨ୟ ସ୍ତ୍ରୀ ଧକ୍କା ମାରି ଘରରୁ ବହାର କରିଦେଇଥିଲେ । ଯାହା ଫଳରେ ଘର ଆଗରେ ସ୍ତ୍ରୀ ର ଅଧିକାର ଓ ନ୍ୟାୟ ଦାବି ନେଇ ଧାରଣାରେ ବସିଛନ୍ତି ସ୍ଵପ୍ନା ।ଖବର ପାଇ ଗଂଜାମ ଥାନାର ସେକେଣ୍ଡ ଅଫିସର ଅଜିତ କୁମାର ପରିଡା ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ଲିଖିତ ଭାବେ ଜଣାଇବାକୁ କହିଥିଲେ। ଅନ୍ୟପଟେ ସ୍ୱାମୀ ଆସୁତୋସଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ମୋର ପ୍ରେମିକା ଥିଲା , ମାତ୍ର ବାହାଘର ହୋଇନାହିଁ ବୋଲି କହି ଫୋନ କାଟି ଦେଇଥଲେ । ଦେଖିବାକୁ ବାକି ରହିଲା ସ୍ୱପ୍ନାକୁ ନ୍ୟାୟ ମିଳିବ ନା ସ୍ୱପ୍ନ ହୋଇଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ