ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
କଳାହାଣ୍ଡି , ( ଯୁଗାବ୍ଦ ନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁରିଗୁମା ଗ୍ରାମରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ପ୍ରାଣ ହରାଇଛି । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୈାଣସି କାରଣକୁ କେନ୍ଦ୍ରକରି ହଠାତ ୍ ସ୍ୱାମୀ ସ୍ତ୍ରୀକୁ ଟାଙ୍ଗିଆ ରେ ଆକ୍ରମଣ କରିଥିଲା । ଟାଙ୍ଗିଆ ମାଡରେ ସ୍ତ୍ରୀ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।ଘଟଣା ସ୍ଥଳରେ ହିୃଁ ଛଟପଟ ହୋଇ ମହିଳା ଜଣକ ପ୍ରାଣ ହରାଇଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ତନାଘନା ଚଳାଇଛି ।