ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଚରିତ୍ରକୁ ସନ୍ଦେହ କରି ପତ୍ନୀକୁ ଟାଙ୍ଗିଆରେ ଆକ୍ରମଣ କରିଛି ସ୍ବାମୀ। ଏଥିରେ ପତ୍ନୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଖଜୁରୀପଡ଼ା ଡାକ୍ତରଖାନା ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ନେଇ କେସ ନଂ ୧୭/୨୦ ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ବାମୀ ସଂଜୟ ନାୟକ (୪୦)ଙ୍କୁ ଖୋଜୁଥିବା ପୁଲିସ କହିଛି । ତେବେ ପୁଲିସ ଖୋଜୁଥିବା ଜାଣିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ସୂଚନା ପ୍ରକାରେ ଖଜୁରୀପଡ଼ା ସଦର ମହକୁମା ବଙ୍ଗଳା ସାହିରେ ସଂଜୟ ନାୟକ ସବୁବେଳେ ମଦ୍ୟପାନ  କରି ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ପାଟିତୁଣ୍ଡ କରୁଥିଲେ। ହେଲେ  ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସଂଜୟ ହଠାତ୍ ପାଖରେ ଥିବା ଏକ ଟାଙ୍ଗିଆ ଧରି ସ୍ତ୍ରୀ ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ । ଟାଙ୍ଗିଆ ଚୋଟ ଲକ୍ଷ୍ମୀଙ୍କ ମୁଣ୍ଡରେ ବାଜିବା ଫଳରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ନିଆ ଯାଇଥିବା ବେଳେ ଏ ନେଇ ପୁଅ ପବିତ୍ର ନାୟକ ଥାନାରେ ଏତଲା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ