ସ୍ୱାମୀ ଅଗ୍ନିବେଶଙ୍କ ୮୦ତମ ଜୟନ୍ତୀ ଉତ୍ସବ ପାଳିତ

ଭାରତ ବର୍ଷର ବିଶିଷ୍ଟ ଆର୍ଯ୍ୟ ସନ୍ନ୍ୟାସୀ ପୂର୍ବତନ ମନ୍ତ୍ରୀ ସ୍ୱାମୀ ଅଗ୍ନିବେଶଙ୍କ ୮୦ତମ ଜନ୍ମ ଉତ୍ସବ ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀସ୍ଥିତ ପ୍ୟାରେଲାଲ ଭବନଠାରେ ସାର୍ବଦେଶିକ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ସ୍ୱାମୀ ଆର୍ଯ୍ୟବେଶଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି । ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହି ସ୍ୱାମୀ ଅଗ୍ନିବେଶ କହିଲେ ଯେ ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ଭାରତବର୍ଷରେ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏହା ଏକ ସଂସ୍କାରବାଦୀ ଆନ୍ଦୋଳନ । ତଳେ ପଡ଼ିଥିବା ମଣିଷ ପାଇଁ ଆହୁରି କାର୍ଯ୍ୟ କରିବାକୁ ହେବ ବୋଲି ସେ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ସ୍ୱାମୀ ଓମ୍ ବେଶ କହିଲେ ଯେ, ଦୀର୍ଘ ୫୦ ବର୍ଷ ଧରି ସ୍ୱାମୀଙ୍କ ଯେଉଁ ସାମାଜିକ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ତାହା ନୂତନ ଯୁବପୀଢିଙ୍କ ପାଇଁ ପ୍ରେରଣାର ଉତ୍ସ । ସାରା ଭାରତବର୍ଷ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରୁ ଶହ ଶହ ସନ୍ନ୍ୟାସୀ ଓ ହଜାର ହଜାର ସ୍ୱାମିଜୀଙ୍କ ଶ୍ରଦ୍ଧାଳୁମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାମିଜୀଙ୍କୁ ଜୀବନ୍ତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ଆର୍ଯ୍ୟ ସମାଜ ଓଡ଼ିଶା ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମା’ଘର ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି, ଗୁରୁକୂଳ ବେଦବ୍ୟାସର ଅଧୀକ୍ଷକ ପଣ୍ଡିତ ଧନେଶ୍ୱର ବେହେରା ପ୍ରମୁଖ ସ୍ୱାମିଜୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ