ସ୍ୱାମୀ କୁ ନପାଇ ଚାଲିଗଲା ସ୍ତ୍ରୀ 

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଶେରଗଡ଼ ଦିନଥିଲା କୁହାଯାଉଥିଲା ପ୍ରେମ ଶାଶ୍ବତ ଆଉ ପବିତ୍ର କିନ୍ତୁ ଧୀରେ ଧୀରେ ଆମ ମାନସିକ ଚିନ୍ତାଧାରା କେଉଁ କୁଛିତ ଦିଗ ଆଡ଼କୁ ଗତି କରୁଛୁ l ଏବେ ପୁଣି ଏକ ପ୍ରେମ ରେ ଧୋକା ଭଳି ଏକ କଳଙ୍କିତ କାହାଣୀ ଦେଖିବାକୁ ମିଳିଛି ଶେରଗଡ ଥାନା ରାମଗିରି ଗ୍ରାମରେ । ଘଟଣା ରୁ ପ୍ରକାଶ ଯେ, ଶେରଗଡ ଥାନା ରାମଗିରି ଗ୍ରାମର ଶିବ ପ୍ରଧାନ ପରିବାରର ଗୁଜୁରାଣ ମେଣ୍ଟାଇବା ଲାଗି ଗୁଜରାଟ ର ସୁରାଟ ସହର ରେ କାମ କରୁଥିଲେ । ସୁରାଟ ରେ କାମ କରିବା ସମୟରେ ଖଲ୍ଲିକୋଟ ବ୍ଲକ ଛଚିନା ଗ୍ରାମର ସନ୍ତୋଷ ବେହେରା ଙ୍କ ଝିଅ ମାମିନୀ ଙ୍କ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା । 2 ବର୍ଷ ପ୍ରେମ ସଂପର୍କ ପରେ ଉଭୟେ ସୁରାଟ ର ସ୍ୱାମୀ ନାରାୟଣ ମନ୍ଦିରରେ ବାହା ହୋଈଥିଲେ । ବାହାଘରର କିଛି ଦିନ ପରେ ସ୍ବାମୀ ଶିବ ସ୍ତ୍ରୀ ଙ୍କୁ ଛାଡି କୁଆଡେ ଚାଲିଯିବା ସହ ଫୋନ କୁ ସ୍ବିଚ ଅଫ କରିଛନ୍ତି । ଯାହା ଫଳରେ ସ୍ୱାମୀ ଙ୍କ କୌଣସି ଟେର ନପାଇ ସ୍ତ୍ରୀ ମାମିନୀ ବାଧ୍ୟ ହୋଇ ନିଜେ ସ୍ୱାମୀ ଶିବ ଙ୍କ ଘର ସାମନାରେ ଶିବ ଙ୍କୁ ପାଈବା ଲାଗି ଆସିଥିବା ବେଳେ ପୋଲିସ ସହ ଆଲୋଚନା ପରେ ଚାଲିଗଲେ ଯୁବତୀ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ