ସ୍ୱାମୀ ଛାଡ଼ିଦେବା ପରେ ହାରିଲେନି ରୁପା ଦିନରେ ଫୁଡ୍ ଡେଲିଭରି, ରାତିରେ ଓଲା କ୍ୟାବ୍

କୋଲକାତାରେ ରହୁଥିବା ରୁପା ଚୌଧୁରୀ ନାମକ ଜଣେ ମହିଳା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମାତାପିତାଙ୍କ ଦେହାନ୍ତ ହେବା ପରେ ହାତ ଛାଡ଼ିଦେଇଥିଲେ ସ୍ୱାମୀ । ତଥାପି ହାର ନ ମାନି ଜୀବନର ଯୁଦ୍ଧ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ ରୁପା । ନିଜ ପରିବାରକୁ ଚଳେଇବା ପାଇଁ କାହା ଆଗରେ ହାତ ପତେଇବା ପରିବର୍ତ୍ତେ ସେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ପ୍ରଥମେ ଗତ ଫେବ୍ରୁଆରୀ ମାସରେ କୋଲକାତାର ପ୍ରଥମ ମହିଳା ଭାବେ ଓଲାର ବାଇକ୍ ଟ୍ୟାକ୍ସି ଚାଳକ ହୋଇ ନିଜର ଯାତ୍ରା ଆରମ୍ଭ କରିଥିଲେ । ଓଲା ପରେ ସେ ସ୍ୱିଗିର ପ୍ରଥମ ଡେଲିଭରି ଗର୍ଲ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ୱିଗିରେ ନିଯୁକ୍ତି ମିଳିବା ପରେ ସେ କମ୍ପାନୀକୁ ଅଧିକ ମହିଳାଙ୍କୁ ଡେଲିଭରି କାମରେ ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ରୁପାଙ୍କ ପ୍ରସ୍ତାବ ଉପରେ ଚିନ୍ତାକରି ଏବେ କମ୍ପାନୀ ଦୁଇ ହଜାର ମହିଳାଙ୍କୁ ଡେଲିଭରି ପାଇଁ ନିଯୁକ୍ତି ଦେବ ବୋଲି ଘୋଷଣା କରିଛି । ଓଲା ପରେ ରୁପା ଏବେ ରାପିଡୋରେ କାମ କରିବେ ବୋଲି ଜଣାପଡ଼ିଛି । ତେବେ ଅଦାଲତରେ ତାଙ୍କ ଛାଡ଼ପତ୍ର ମାମଲା ଚାଲୁରହିଛି । ରୁପାଙ୍କ ପୁଅ ଏବେ ତାଙ୍କ ସ୍ୱାମୀଙ୍କ ପାଖରେ ରହୁଛନ୍ତି । ନିଜର ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିବା ସହ ନିଜ ପୁଅକୁ ପାଖରେ ରଖି ଭବିଷ୍ୟତରେ ଜଣେ ଭଲ ମଣିଷ କରିବେ ବୋଲି ସେ ଆଶା ବାନ୍ଧିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ