ସ୍ୱାମୀ ବିବେକାନନ୍ଦଙ୍କ ୧୬୦ ତମ ଜୟନ୍ତୀ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ପକ୍ଷରୁ ଜାତୀୟ ଯୁବଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ପାଳନ କରାଯାଇଛି । ଯୁବ ସମାଜର ସଭାପତି ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ସ୍ଥାନୀୟ ଅନସ୍ଲୋ ଅନୁଷ୍ଠାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବାଉରୀ ବନ୍ଧୁ ପଣ୍ଡା, ସହକରାୀ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ଖାଡଙ୍ଗା, ସୁଚିତ୍ରା ପାଣିଗ୍ରାହୀ ବ୍ଲେସି ପ୍ରଧାନ, ବିପ୍ର ଚରଣ ସାହୁ ଙ୍କ ସମେତ ଅନୁଷ୍ଠାନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିବେକାନନ୍ଦଙ୍କ ସ୍ମୃତିିଚାରଣ କରିଥିଲେ । ପ୍ରାରମ୍ଭରେ ଛତ୍ରପୁର ଅନସ୍ଲୋ ଅନୁଷ୍ଠାନ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।