ସ୍ୱାମୀ ବିବେକାନନ୍ଦ ଛାତ୍ରାବାସକୁ ସରକାରୀ ସହାୟତା ମିଳୁ

ବ୍ରହ୍ମପୁର, : ଅ।ମ୍ବପୁଅ।ସ୍ଥିତ ଶ୍ରୀରାମକୃଷ୍ଣ ସାରଦା ସେବା ସଂଘ ବା ରାମକୃଷ୍ଣ ଅ।ଶ୍ରମରେ ଥିବା ସ୍ୱାମୀ ବିବେକାନନ୍ଦ ଛାତ୍ରାବାସରେ ରହୁଥିବା ୪୦ ଜଣ ଅ।ଦିବାସୀ ଛାତ୍ରଙ୍କୁ ସରକାରୀ ସହାୟତା ଯେ।ଗାଇ ଦିଅ।ଯାଉ ବେ।ଲି ଅନୁର ।ଧ କରାଯାଇଥିଲା । ରାଜ୍ୟ ସରକାର ବିଭିନ୍ନ ଜନ କଲ୍ୟାଣ ଯେ।ଜନା ମାଧ୍ୟମରେ ଗରିବ, ଅ।ଦିବାସୀ, ହରିଜନ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ବ୍ୟାପକ ବ୍ୟବସ୍ଥା କରୁଥିବା ବେଳେ ସମ୍ପ୍ରତି ଯେ।ଜନାରେ ଏମାନଙ୍କୁ ସାମିଲ କରାଯାଉ ବେ।ଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ସାର୍ବଜନୀନ କାଯର‌୍ୟକ୍ରମ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଯାଇଛି । ଅ।ଶ୍ରମ ସମ୍ପାଦକ ପଦ୍ମନାଭ ମହାରଣା ଏହାର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇବା ସହ ସ୍ୱାମୀ ବିବେକାନନ୍ଦଙ୍କ ଅ।ଦର୍ଶରେ ଅନୁପ୍ରାଣିତ ହେବାକୁ ଅନ୍ତେବାସୀଙ୍କୁ ପରାମର୍ଶ ଦେଇଥିଲେ । ଯୁଗ୍ମ ସମ୍ପାଦକ ଅଜିତ କୁମାର ମହାପାତ୍ର ଜଣେ ବ୍ୟକ୍ତି ମଧ୍ୟରେ ସମୟ, ଜ୍ଞାନ, ନିଷ୍ଠାପର ଭାବନା ଓ ସଂସ୍କାରମୂଳକ ମନେ।ଭାବ ଯଦି ଉଦ୍ରେକ ହୁଏ ତେବେ ତାଙ୍କର ଜୀବନ ଶୃଙ୍ଖଳିତ ଓ ପୁଷ୍ପିତ ହେ।ଇଉଠେ ବେ।ଲି କହିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା, ସୁଜାତା ମୁଖାର୍ଜୀ, ଉପସଭାପତି ପ୍ରଫେସର ନାରାୟଣ ପଣ୍ଡା, ଶ୍ୟାମଘନ ବେହେରା, ଉପସଭାପତି ସୁଶାନ୍ତ ମହାନ୍ତି, ପଦ୍ମଚରଣ ସାହୁ ପ୍ରମୁଖ ଉଦବେ।ଧନ ଦେଇଥିଲେ । ରାମ କୁମାର, ଅନିଲ କୁମାର ବିଷେ।ୟୀ, ରଞ୍ଜିତ ବିଷେ।ୟୀଙ୍କ ସମେତ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ । ଦୀପକ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ