ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ, ଦୀପିକା ଓ ବର୍ଷାରାଣୀ ବକ୍ତୃତାରେ ପ୍ରଥମ

ବୁଗୁଡା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ଗ୍ରାମର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ମା’ ସେନାପତି ଯୁବକ ସଙ୍ଘ ପକ୍ଷରୁ ଜାନୁଆରୀ ୧୨ ତାରିଖ ଦିନ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଜୁନିୟର ଓ ସିନିୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ସଭାରେ ସରପଞ୍ଚଙ୍କ ପ୍ରତିନିଧି ଯୁବ ସମାଜସେବୀ ବବୁଲ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ପ୍ରେସ କ୍ଳବ ସଭାପତି ଅନିଲ କୁମାର ମହାରଣା, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ କାହ୍ନୁ ଚରଣ ଦାଶ ଓ ସନକ କୁମାର ବିଶ୍ବାଳ ଯୋଗଦେଇଥିଲେ। ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ତୈଳଚିତ୍ର ସମୁଖରେ ଅତିଥି ବୃନ୍ଦ ପଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଦିଗ ଦର୍ଶନ କୁ ନେଇ ଅତିଥି ବୃନ୍ଦ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଯୁବ ସମାଜ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । “ଭାରତୀୟ ଜୀବନ ଦର୍ଶନରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରଭାବ” ବିଷୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜୁନିୟର ବିଭାଗରେ ଦୀପିକା ଗୌଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସାଇନା ନାୟକ ଦ୍ଵିତୀୟ ଓ ଚିନ୍ମୟ ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସିନିୟର ବିଭାଗରେ ବର୍ଷାରାଣୀ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶାସ୍ବତୀ ଶ୍ରୀୟାଂଶୁ ଦ୍ଵିତୀୟ ଓ ଶୁଭଶ୍ରୀ ଗୌଡ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅତିଥି ବୃନ୍ଦ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ବ ଅର୍ଜ୍ଜନ କରିଥିବା ଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ଓ ସିଲଡ଼ ପ୍ରଦାନ କରିଥିଲେ । ମା’ ସେନାପତି ଯୁବକ ସଙ୍ଘର ସଭାପତି ଅଭିଳାଷ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଏସ. ଲକ୍ଷ୍ମଣ ଚୌଧୁରୀ ସଂଯୋଜନା କରିଥିବା ବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ