ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ୧୦ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ।ପାଲୁର ଜଙ୍କସନ ସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ଦଶମ ବାର୍ଷିକ କ୍ରୀଡ଼ା ଉତ୍ସବ ସୁବଳୟା ସ୍ଥିତ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବିଶିଷ୍ଟ ଶିକ୍ଷାବିତ ବିଜୟ କୁମାର ବିଶ୍ବାଳ ଉଦଘାଟନ କରିଥିଲେ।ବିଦ୍ୟାଳୟର ସମ୍ପାଦକ ପୂର୍ଣଚନ୍ଦ୍ର ପଣ୍ଡା ଓ ସଭାପତି ଶ୍ରୀ ରଞ୍ଜନ କୁମାର ନାହାକ ଉପସ୍ଥିତ ଥିଲେ। ।ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଭଞ୍ଜ କୁମାର ବିଶ୍ବାଳ ଓ ଝାରେଡ଼ି ଗାଣ୍ଡୁ ନାହାକ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଏହି କ୍ରୀଡ଼ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସସ୍ମିତା ମହାରଥୀ ଓ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମାମାନେ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ