ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଦ୍ୱାଦଶ ବାର୍ଷିକ ଉତ୍ସବ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ରଘୁନାଥପୁରସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଦ୍ଵାଦଶ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଈଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ବାଣିଜ୍ୟ,ପରିବହନ, ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ବିବେକାନନ୍ଦ ଦର୍ଶନ ଓ ଆଧ୍ୟାତ୍ମିକତା ସମଗ୍ର ବିଶ୍ୱକୁ ଆଲୋକୀତ କରିଥିଲା l ବିଦ୍ୟର୍ଥୀ ମାନେ ଏଥିରେ ଅନୁପ୍ରାଣିତ ହେଲେ, ଭାରତ ଦିନେ ନିଶ୍ଚିତ ବିଶ୍ୱଗୁରୁ ହୋଇପାରିବ l ସମ୍ମାନିତ ଅତିଥିରୂପେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଏହି ଅଞ୍ଚଳର ଶୈକ୍ଷିକ ଓ ସଂସ୍କୃତିକ ବିକାଶରେ ଏହି ଅନୁଷ୍ଠାନର ଭୂମିକା ପ୍ରଶଂସନିୟ l ମୁଖ୍ୟବକ୍ତା ରୂପେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ବିବେକାନନ୍ଦଙ୍କ ଆଦର୍ଶରେ ବିଦ୍ୟାଳୟ ଓ ଶିଶୁମାନେ ଅନୁପ୍ରାଣିତ ହୋଇପାରିଲେ ତାହାହିଁ ଶ୍ରେଷ୍ଠ ସମର୍ପଣ ହେବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କ୍ରିୟା ଯୋଗ ଫାଉଣ୍ଡେସନର ସଭାପତି ସ୍ୱାମୀ ଶଙ୍କରାନନ୍ଦ ଗିରି ମହାରାଜ, ଗଞ୍ଜାମ ବ୍ଳକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, ସରପଞ୍ଚ ସନ୍ତୋଷିନୀ ବେହେରା,ଲବଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡଃ ନିରଞ୍ଜନ ରଥ,ପୂର୍ବତନ ଅଧକ୍ଷ ସୁବାସ ପଣ୍ଡା,ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ,ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର ପଣ୍ଡା, ଆଡାନି ଗ୍ରୁପର ସି଼ଏସ଼ଆର଼ ମୁଖ୍ୟ ଦେବଦତ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ପ୍ରତିଷ୍ଠାନର ସଭାପତି ବିଜୟ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶିକ୍ଷୟତ୍ରି ସସ୍ମିତା ମହାରଥୀ ବାର୍ଷିକ ବିବରଣି ପାଠ କରିଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରତିଷ୍ଠାତା ପୁର୍ଣଚନ୍ଦ୍ର ପଣ୍ଡା ଓ ସ୍ୱସ୍ତି ସୁନ୍ଦର ସିଅ ସଂଯୋଜନା କରିଥିଲେ l ଏହି ଅବସରରେ ଅତିଥି ମାନେ ବିଦ୍ୟାଳୟର ଶିଶୁ ପତ୍ରିକା ନରେନ -୨୦୨୫ କୁ ଉନ୍ମୋଚନ କରିଥିଲେ l ପ୍ରାରମ୍ବରେ ପରିବହନ ମନ୍ତ୍ରୀ ଜେନା ଅନ୍ୟ ଅତିଥିଙ୍କ ଉପସ୍ଥିତରେ ବିଦ୍ୟାଳୟ ପରିସରରେ ଥିବା ବିବେକାନନ୍ଦଙ୍କ ପ୍ରତିମୃତ୍ତି ଉନ୍ମୋଚନ କରିବାସହ ବୃକ୍ଷରୋପଣ କରିଥିଲେ l ଏହା ସହ ସମାଜ ପାଇଁ ସମର୍ପିତ ଅନେକ ଗୁଣୀ, ଜ୍ଞାନୀ ଓ ରାଷ୍ଟ୍ର ପ୍ରେମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଶିଶୁ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ଦାସ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ