ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, କେନ୍ଦୁଝରର ୪୯ତମ ଆଭାସି ପାଠଚକ୍ର
କେନ୍ଦୁଝର,(ପୂର୍ଣ୍ଣ ଚନ୍ଦ୍ର ମହାନ୍ତ):ସ୍ବାମୀ ବିବେକାନନ୍ଦ ଲୋକ ସଂସଦ କେନ୍ଦୁଝରର ୪୯ତମ ଆଭାସି ପାଠଚକ୍ର ତା ୧୫.୧୧.୨୪ ରିଖ ସନ୍ଧ୍ୟାରେ ଗୀତାର ଅଷ୍ଟମ ଅଧ୍ୟାୟ ଅକ୍ଷର ବ୍ରହ୍ମ ଯୋଗର ଦ୍ୱିତୀୟ ପର୍ଯ୍ୟାୟ ଡକ୍ଟର ବନବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଆଲୋଚକ ଭାବେ ପ୍ରଫେସର ପ୍ରଭାତ ରଂଜନ ମହାପାତ୍ର,ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ପୁରୀ ଯୋଗ ଦେଇ ସରଳ ସୁନ୍ଦର ଭାବରେ ଜନ୍ମମୃତୁ୍ୟ ଜୀବନ ଚକ୍ରରୁ ଉଦ୍ଧ୍ୱର୍କୁ ଯାଇ ଅନ୍ତନ୍ତ ବ୍ରହ୍ମରେ ଲୀନ ହେବାର ଭାବବସ୍ତୁକୁ ବୁଝାଇଥିଲେ । ଏଥିରେ ସଂଯୋଜକ ନାରାୟଣ ଚନ୍ଦ୍ର ବୋଇତାଇ ଅଂଶଗ୍ରହଣ କରି ସମୁଚିତ କାର୍ଯ୍ୟ ନିର୍ବାହ କରିଥିବାବେଳେ ପ୍ରାରମ୍ଭରେ ଓଁକାର ବେଦପାଠ ପଦ୍ମିନୀ ସାହୁ,ବିବେକବାଣୀ ଶୁଭଶ୍ରୀ ଓଝା ସଂପାଦନ କରିଥିଲେ । ସଭାପତିତ୍ୱ କରୁଥିବା ଡକ୍ଟର ବନବିହାରୀ ମିଶ୍ର ସମାପ୍ତି ଟିପ୍ପଣୀରେ ଗୀତାର ଆଧ୍ୟାତ୍ମିକ ଉପଯୋଗ ବିଷୟରେ ସଚେତନ କରିଥିଲେ । ଶାନ୍ତିପାଠ ସୁରଜ କୁମାର ପଟ୍ଟନାୟକ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାୟୀ ସଭାପତି ଡକ୍ଟର ବିମ୍ବାଧର ବେହେରା ଯୋଗଦେଇ ନିଜସ୍ୱ ମତାମତ ଗୀତା ଉପରେ ରଖିଥିଲେ । ସଂପାଦକ ଆଧ୍ୟାପକ ବିଜୟ କୁମାର ସାହୁ ସାଂଗଠନିକ ଆଲୋଚନା ପ୍ରାରମ୍ଭ କରିଥିବାବେଳେ ଏଥିରେ ପ୍ରଫେସର ଡକ୍ଟର ଚିତ୍ତରଞ୍ଜନ ନାୟକଙ୍କ ସମେତ ବହୁ ଶ୍ରୋତା ଅଂଶଗ୍ରହଣ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ସଂଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।