ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିରର ବାର୍ଷିକ ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିମାପଡା କପାଳୀକ୍ଷେତ୍ରସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ସୂର୍ଯ୍ୟମଣି ରାଉଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତଥି ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାତ୍ର, ମୁଖ୍ୟବକ୍ତା ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ସମ୍ମାନୀତ ଅତିଥି ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, କେନ୍ଦୁଆପଦା ହାଇସ୍କୁଲର ପ୍ରଧାନଶିକ୍ଷକ ଶଶୀଶେଖର କରଶର୍ମା, ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଜେନା, ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ମିଶ୍ର ଯୋଗ ଦେଇଥିଲେ । ଶିକ୍ଷକ ପ୍ରଦୀପ କୁମାର ବିଶ୍ୱାଳ ଅତିଥି ପରିଚୟ, ପ୍ରଧାନ ଆଚାର୍ଯ୍ୟା ଇତିଶ୍ରୀ ମହାପାତ୍ର ବାର୍ଷିକ ବିବରଣୀ ପାଠ, ପରିଚାଳନା କମିଟିର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁମା ସୌଭାଗ୍ୟ ମଂଜରୀ ପରିଡ଼ା, ସାବିତ୍ରୀ ମାଝୀ, ଦମୟନ୍ତୀ ପାଣିଗ୍ରାହୀ, ତିଳୋତ୍ତମା ଶଙ୍ଖୁଆ, ଉଷାରାଣୀ ବେହେରା, ସବିତା ଦାସ, ମିନତୀଲତା ରାଉତ, ଧରିତ୍ରୀ ଭୋଇ, ପ୍ରଭାତୀ ପତି, ସସ୍ମିତା ପତି, ରେବତୀ ବାରିକ, ଗୁରୁଜୀ ସୁନୀଲ ରାଉଳ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ