ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ରୁ୍ୟଜ୍): ବେଲଗୁଣ୍ଠା ବଡଦାଣ୍ଡସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି ।ଉଦ୍ଘାଟନୀ କାର୍ୟ୍ୟକ୍ରମରେ ସିଆରସିସି ମୃତ୍ୟୁଞ୍ଜୟ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ୟ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହରା,ପ୍ରଧାନ ଗୁରୁଜୀ କାଶିନାଥ ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ ।ବି.ଡି.ପୁର ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷକ ସୁଶାନ୍ତ କୁମାର ସାହୁ, ରାଜନପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଜିତ୍ ଶତପଥୀ ବିଚାରକ ଭାବେ ଯୋଗ ଦେଇଥିଲେ ।ପ୍ରାଥମିକ ସ୍ତରୀୟ ମେଳାରେ ମୋଟ ୧୬ଟି ପ୍ରକଳ୍ପ ଭାଗ ନେଇଥିବା ବେଳେ ନିର୍ମାଲ୍ୟ ପ୍ରସାଦ ସାହୁ ପ୍ରଥମ, ଅମନ କୁମାର ସାହୁ ଦ୍ୱିତୀୟ,ସମୀର ରଞ୍ଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସେହି ପରି ଉଚ୍ଚ ପ୍ରାଥମିକ ସ୍ତରରେ ୨୨ଟି ପ୍ରକଳ୍ପ ଭାଗ ନେଇଥିବାବେଳେ ସ୍ମୃତିମୟୀ ପଣ୍ଡା ପ୍ରଥମ,ମାନସୀ ସାହୁ ଦ୍ୱିତୀୟ,ରୋଶନ୍ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଉଚ୍ଚ ବିଦ୍ୟାଳୟ ସ୍ତରୀୟ ମେଳାରେ ୧୦ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପ ଭାଗନେଇଥିବା ବେଳେ ଚିନ୍ମୟୀ ରାଉତ ପ୍ରଥମ,ଚିରଞ୍ଜିବ୍ ସିଂ ଦ୍ୱିତୀୟ ଓ ଦିପ୍ତିମୟୀ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ ।କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବାବେଳେ ସତ୍ୟନାରାୟଣ ସିଅ ଓ ରବିନ୍ଦ୍ର ଡାକୁଆ ସଂଯୋଜନା କରିଥିଲେ ।
ଫଟୋ