ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ

ବେଲଗୁଣ୍ଠା- ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ବଡଦାଣ୍ଡସ୍ଥିତ ସାଂସ୍କୃତିକ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ମାଧବଚନ୍ଦ୍ର ଆପଟଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ମୋଟାବାଡି ଗୋପିନାଥ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଲୋକନାଥ ମିଶ୍ର,ଟି.ଏସ୍.ଡି କଲେଜ ବି.ଡି ପୁର ଶିକ୍ଷା ବିଭାଗ ପ୍ରାଧ୍ୟାପକ ବିପିନ ବିହାରୀ ପାଢ଼ୀ,ସି.ଆର.ସି.ସି ମୃତ୍ୟୁଞ୍ଜୟ ବେହେରା, ଶିକ୍ଷାବିକାଶ ପରିଷଦ ଭୁବନେଶ୍ୱରର ସଂଗଠନ ସମ୍ପାଦକ ବ୍ରଜବନ୍ଧୁ ମହାପାତ୍ର,ଅନୁଷ୍ଠାନର ଆଇନ ପରାମର୍ଶଦାତା ତଥା ଅଞ୍ଚଳର ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ଏବଂ ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହରା ପ୍ରମୁଖ ମଞ୍ଚାସୀନ ଥିଲେ । ଭବାନୀ ଶଙ୍କର ମହାନ୍ତି ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ ପରେ କାର‌୍ୟ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କଲାପରେ ଅନୁଷ୍ଠାନର ପ୍ରଧାନ ଗୁରୁଜୀ କାଶିନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ନୈତିକ,ବୌଧିକ,ଶାରୀରିକ ଶିକ୍ଷା ପ୍ରଦାନ ଦ୍ୱାରା ଉନ୍ନତ ମାନର ଶିକ୍ଷା ହିଁ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଭବିଷ୍ୟତ ଗଢିବାରେ ସହାୟକ ହୋଇଥାଏ ବୋଲି ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ପରି ଶିକ୍ଷା ପ୍ରଦାରେ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏକ ଅଗ୍ରଣୀ ଅନୁଷ୍ଠାନ ବୋଲି ଆଲୋକପାତ କରିଥିଲେ । ପୁର୍ବରୁ ଅନୁଷ୍ଠାନରେ ହୋଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ କୃତକାର‌୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ