ସ୍ୱାମୀ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠା ଦିବସରେ ଚାରା ରୋପଣ

ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ):ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା କେନ୍ଦ୍ରର ୧୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସମ୍ବାଦ ଆମ ଓଡ଼ିଶା ମିଳିତ ଆନୂଲୂଲ୍ଯରେ ବିଦ୍ୟାଳୟ ପରିସରରେ ନଡ଼ିଆ ,ଆତ, ଜାମୁ, ପିଆ ଶାଳ, ସ୍ଵର୍ଣ୍ଣ ଚମ୍ପା, ରକ୍ତ ଚନ୍ଦନ, ଶାଳ ଭଳି 285 ଟି ମୂଲ୍ୟବାନ ଚାରା ରୋପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା କେନ୍ଦ୍ର ଉପଦେଷ୍ଟା ତଥା ଯୁବ ବିଜେଡ଼ି ନେତା ସୁଶାନ୍ତ କୁମାର ବେହେରା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପସଭାପତି ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ, ବନ କର୍ମଚାରୀ ପ୍ରଶାନ୍ତ ପୋଲାଇ, ଶିକ୍ଷାକେନ୍ଦ୍ର ସମ୍ପାଦକ ମାଧବ ଚନ୍ଦ୍ର ଆପଟ, ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରଧାନ, ଯୁବ ସମାଜସେବୀ ରାଜେଶ୍ୱର ଆପଟଙ୍କ ସମେତ ଶିକ୍ଷୟିତ୍ରୀ ଇତିଶ୍ରୀ ପାଣିଗ୍ରାହୀ, ଝୂମୂରୀ ମହାରଣା, କାହ୍ନା ଦାସ,ନାରାୟଣ ବଢେଇ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ସକାଳ ଖବର କାଗଜର ଭଞ୍ଜନଗର ପ୍ରତିନିଧି ବିନ୍ଦୁ ପ୍ରିୟା ଦାଶ ଏବଂ ଓଡ଼ିଶା ନିଉଜ୍ ର ବେଲଗୁଣ୍ଠା ପ୍ରତିନିଧି ବର୍ଷାରାଣୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ