ସ୍ୱାମୀ ସାଜିଲା ସଇତାନ
ଋା.ଉଦୟଗିରି ଅଞ୍ଚଳରେ ଘଟିଛି ଏକ ଲୋମ ଟାଙ୍କୁରା ଘଟଣା । ନିଜ ସ୍ତ୍ରୀକୁ ଅତି ନିର୍ମମ ଭାବେ ନିଜର ଝିଅ ସମ୍ମୁୁଖରେ ନିଜ ସ୍ତ୍ରୀର ଗଳାକାଟି ହତ୍ୟା କରିଛି ସ୍ୱାମୀ ।ସୂଚନା ଅନୁସାରେ ଦିର୍ଘ ଏକ ବର୍ଷ ଧରି ପାରିବାରିକ ଅଶାନ୍ତି କାରଣରୁୁ ନିଜ ଝିଅକୁ ଧରି ସୁବାସ ଚନ୍ଦ୍ର ନାୟକଙ୍କ ସ୍ତ୍ରୀ ନିଜ ବାପା ଘରକୁ ଚାଲିଆସିଥିଲେ । ଏହି ପାରିବାରିକ ଅଶାନ୍ତିିର ସମାଧାନ ଲାଗି ଥାନାରେ ମାମଲା ପଡିରହିଛି । ମହିଳା ଜଣକ ନିଜ ୮ବର୍ଷର ଝିଅକୁ ଧରି ନାମ ଲେଖାଇବାକୁ ବାହାରିଥିଲେ ବଡପଦା ସ୍ଥିିତ ମିଶନ ସ୍କୁଲକୂୁ । ହେଲେ ଝିଅ ସ୍କୁଲରେ ନାମ ଲେଖିବାକୁ ହେଲେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଦସ୍ତଖତ ଦରକ୍ାର । ଏହା ପରେ ମହିଳା ରୁନିତା ନାୟକ ସ୍ୱାମୀର ଦସ୍ତଖତ ଆଣିବାକୁ ନିଜର ୮ ବର୍ଷର ଝିଅକୁ ଧରି ଗ୍ରାମକୁୂ ଯାଇଥିଲେ । ଏହା ପରେ ଝିଅର ନାମ ଲେଖାଇବାକୁ ରାଜି ହୋଇଥିଲେ । ଏହା ପରେ ସ୍ୱାମୀଙ୍କ ସହ ମୋଟର ସାଇକେଲ ଯୋଗେ ସ୍ୱାମୀ ,ସ୍ତ୍ରୀ ,ଝିଅ ମିଶି ବଡପଦା ଅଭିମୁଖେ ଯାଇଥିଲେ । ଏହା ରା.ଉଦୟଗିରି ବାଦପୁର କଲର୍ଭଟ ରାସ୍ତାକୁ ନେଇ ନିଜର ଝିଅ ସାମ୍ନାରେ ସ୍ତ୍ରୀ ର ଗଳାକାଟି ହତ୍ୟା କରିଥିଲା । ରା.ଉଦୟଗିରି ଓ ମୋହନା ପୋଲିସ ମିଳିତ ଭାବେ ରା.ଉଦୟଗିରି ପଞ୍ଚାୟତ ବାଦପୁର ରାସ୍ତା କଲଭଁଟ ଭିତରୁ ମହିଳାଙ୍କ ଶବ ଉଦ୍ଧାର କରିଛି ।ଏହି ଘଟଣାରେ ପୋଲିସ ସ୍ୱାମୀ ସୁବାସ ନାୟକଙ୍କୁ ଗିରଫ କରିବା ପାଇଁ ପୋଲିସ ତରଫରୁ ତଦନ୍ତ ଜାରୀ କରିବା ସହ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ମହିଳାଙ୍କୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପାରଳାଖେମୁଣ୍ଡି ମେଡିକାଲକୁ ପଠାଯାଇଛି ।


